ଦେଶରେ ଆଉ ୧୫,୧୦୨ ନୂଆ ସଂକ୍ରମିତ ଚିହ୍ନଟ ; ଆରୋଗ୍ୟ ହାର ୯୮.୪୨%
ନୂଆଦିଲ୍ଲୀ : ଦେଶରେ ଦିନକରେ ଆଉ ୧୫,୧୦୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୮,୬୭,୦୩୧କୁ ବୃଦ୍ଧି ପାଇଛି। ସେହିପରି ୩୧,୩୭୭ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୪,୨୧,୮୯,୮୮୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୯୮.୪୨%। ୨୪ ଘଣ୍ଟାରେ ୨୭୮ ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୫,୧୨,୬୨୨ରେ ପହଞ୍ଚିଛି। ମୃତ୍ୟୁ ହାର ୧.୨୦%। ୧,୬୪,୫୨୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସକ୍ରିୟ ଆକ୍ରାନ୍ତ ହାର ୦.୩୮%।
ଦିନକ ପୂର୍ବରୁ ୧୧,୮୩,୪୩୮ ନମୁନା ପରୀକ୍ଷା କରାଯାଇଥିବା ବେଳେ ୭୬,୨୪,୧୪,୦୧୮ ମୋଟ ନମୁନା ପରୀକ୍ଷା କରାଯାଇଛି। ଏଯାଏଁ ମୋଟ ୧,୭୬,୧୯,୩୯,୦୨୦ ଟିକାକରଣ କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟୁଇଟ ଯୋଗେ ସୂଚନା ମିଳିଛି।
Comments are closed.