www.samajalive.in
Monday, December 8, 2025
17.1 C
Bhubaneswar

କରୋନା: ଭାରତରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ୬୯୭୭ ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ କରୋନା ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ଦେଶରେ ମୃତ୍ୟୁ ସଂଖ୍ୟା ସୋମବାର ୪ ହଜାର ଅତିକ୍ରମ କରି ୪୦୨୧ରେ ପହଞ୍ଚିଛି। ସେହିପରି ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇ ଚାଲିଛି, ଯାହା ଚିନ୍ତାର ବିଷୟ ପାଲଟିଛି। ବର୍ତ୍ତମାନ ସୁଦ୍ଧା ମୋଟ ୧ ଲକ୍ଷ ୩୮ ହଜାର ୮୪୫ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଗତ ୨୪ ଘଣ୍ଟାରେ ଦେଶରେ ୬୯୭୭ ନୂଆ ସଂକ୍ରମିତ ବାହାରିଛନ୍ତି। ଏହା ସହିତ ଦିନକରେ ୧୫୪ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ୫୭ ହଜାର ୭୨୧ ଜଣ ସୁସ୍ଥ ହୋଇଥିବାବେଳେ ୭୭ ହଜାର ୧୦୩ ଜଣ ଚିକିତ୍ସାଧୀନ ଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ମହାରାଷ୍ଟ୍ରରେ ଏବେ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାର ୨୩୧ରେ ପହଞ୍ଚିଛି। ସେହିପରି ରାଜ୍ୟରେ ସର୍ବାଧିକ ୧୬୩୫ ଜଣ ପ୍ରାଣ ହରାଇଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକର ସ୍ଥିତି ନିମ୍ନରେ ଉଲ୍ଲେଖ କରାଯାଇଛି।

- Advertisement -

ରାଜ୍ୟ                  ସଂକ୍ରମିତ              ମୃତ

ମହାରାଷ୍ଟ୍ର                  ୫୦,୨୩୧               ୧୬୩୫

ତାମିଲନାଡୁ               ୧୬,୨୭୭               ୧୧୨

ଗୁଜରାଟ                  ୧୪,୦୬୩               ୮୫୮

ଦିଲ୍ଲୀ                       ୧୩,୪୧୮               ୨୬୧

ରାଜସ୍ଥାନ                  ୭୦୨୮                  ୧୬୩

ମଧ୍ୟପ୍ରଦେଶ               ୬୬୬୫                  ୨୯୦

ଉତ୍ତରପ୍ରଦେଶ            ୬୨୬୮                  ୧୬୧

ପଶ୍ଚିମବଙ୍ଗ                ୩୬୬୭                  ୨୭୨

ଆନ୍ଧ୍ରପ୍ରଦେଶ              ୨୭୮୦                  ୫୬

ବିହାର                     ୨୫୭୪                   ୧୧

କର୍ଣ୍ଣାଟକ                  ୨୦୮୯                  ୪୨

ପଞ୍ଜାବ                    ୨୦୬୦                  ୪୦

ତେଲେଙ୍ଗାନା             ୧୮୫୪                  ୫୩

ଜାମ୍ମୁ-କାଶ୍ମୀର             ୧୬୨୧                  ୨୧

ଓଡ଼ିଶା                     ୧୩୩୬                  ୭

ହରିୟାଣା                  ୧୧୮୪                  ୧୬

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories