କଳାହାଣ୍ଡି ଗାଁକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍‍ ; ଫୁଲବାଣୀ ପୌରାଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ

ଭୁବନେଶ୍ୱର : ପୁଣି ଦେଶରେ ଓ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ହଜାର ପାଖାପାଖି ହୋଇଥିବା ବେଳେ ରାଜ୍ୟରେ ୫୦୦ ନିକଟତର ହୋଇଛି। ଏହାକୁ ଦୃଷ୍ଟି ରଖି ଦେଶ ଓ ରାଜ୍ୟର ବିଭିନ୍ନ ସ୍ଥାନରେ କରୋନା କଟକଣା ଓ ଆବଶ୍ୟକ ନିୟମାବଳୀ ଲାଗୁ କରାଯାଇଛି। ଏଥିପାଇଁ ପୁଣି ଫେରିଛି କଣ୍ଟେନମେଣ୍ଟ ଜୋନ୍‍।
କଳାହାଣ୍ଡି ଜିଲା ବୃନ୍ଦାବାହାଳ ପଞ୍ଚାୟତ ଲିମସେର ଗାଁକୁ ଆଜି କଣ୍ଟେନମେଣ୍ଟ ଜୋନ୍‍ ଭାବେ ଘୋଷଣା କରାଯାଇଛି। କଳାହାଣ୍ଡିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବୃନ୍ଦାବାହାଳ ପଞ୍ଚାୟତ ଲିମସେର ଗାଁର ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାସହ ସମ୍ପୂର୍ଣ୍ଣ ଗାଁକୁ କଣ୍ଟେନମେଣ୍ଟ ଘୋଷଣା କରାଯିବା ସହ ଏହି କଟକଣା ଆସନ୍ତା ୮ ତାରିଖ ମଧ୍ୟରାତ୍ର ଯାଏଁ ଲାଗୁ କରାଯାଇଛି।
ସେହିପରି ଫୁଲବାଣୀ ପୌରାଞ୍ଚଳର ୨ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‍ ଭାବେ ଘୋଷଣା କରାଯାଇଛି। ଏହି ସ୍ଥାନର ଅଞ୍ଚଳ ବାସୀଙ୍କୁ ବାହାରକୁ ଯାତାୟତ ଉପରେ କଟକଣା ଲାଗୁ କରାଯାଇଛି।

 

Comments are closed.