www.samajalive.in
Monday, December 8, 2025
20.1 C
Bhubaneswar

କୋଭିଡ ଆରୋଗ୍ୟ ହାର ୯୩.୬୬ ପ୍ରତିଶତ : ଗତ ୧୯ ଦିନ ଧରି ସଂକ୍ରମିତଙ୍କ ସଂଖ୍ୟା ୫୦ହଜାରରୁ ନିମ୍ନରେ

ନୂଆଦିଲ୍ଲୀ :  ଦେଶରେ କୋଭିଡ  ଆରୋଗ୍ୟ ହାର ୯୩.୬୬ ପ୍ରତିଶତ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୬ ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ କୋଭିଡ୍‍ରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ସଂଖ୍ୟା ୮୬ ଲକ୍ଷ ୭୯ ହଜାରରେ ପହଞ୍ଚିଛି। ଏଥିସହିତ ଆରୋଗ୍ୟଙ୍କ ସଂଖ୍ୟା ସଂକ୍ରମିତ ଲୋକଙ୍କ ସଂଖ୍ୟାର ୨୦ ଗୁଣା ଅଧିକ ରହିଛି।

ଦେଶରେ କ୍ରମାଗତ ଭାବେ ୧୯ ଦିନ ଧରି କୋଭିଡ୍‍ ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାରରୁ ନିମ୍ନରେ ରହିଛି।  ଗତ ୨୪ ଘଣ୍ଟା ମଧ୍ୟରେ ୪୪ ହଜାର ଲୋକ ସଂକ୍ରମିତ ହୋଇଥିବାବେଳେ ଦେଶରେ ସଂକ୍ରମିତ ହାର  ୫%ରୁ କମ୍‍ ରହିଛି। ବର୍ତ୍ତମାନ ୪ ଲକ୍ଷ ୫୨ ହଜାର ୩୪୪ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା କରାଯାଉଛି। ଏହା ମୋଟ୍‍ ସଂକ୍ରମଣର ୪.୮୮ପ୍ରତିଶତ।

- Advertisement -

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ନୂଆ ସଂକ୍ରମିତମାନଙ୍କ ମଧ୍ୟରୁ ୭୭% ଦିଲ୍ଲୀ, ମହାରାଷ୍ଟ୍ର, କେରଳ, ପଶ୍ଚିମବଙ୍ଗ,ହରିୟାଣା ଓ ରାଜସ୍ଥାନ ସମେତ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛନ୍ତି। କୋଭିଡ୍‍ ମୁକାବିଲା ପାଇଁ ସରକାରଙ୍କ ନିୟମର ପାଳନ,
ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ଡାକ୍ତର, ସ୍ବାସ୍ଥ୍ୟ ସହାୟକ କର୍ମୀ ଓ ସ୍ୱେଚ୍ଛାସେବୀମାନଙ୍କ ଅକ୍ଳାନ୍ତ ଉଦ୍ୟମ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଉଛି। ମନ୍ତ୍ରଣାଳୟ କହିଛି, ମୃତ୍ୟୁହାର ମଧ୍ୟ ହ୍ରାସ ପାଇ ୧.୪୬% ରହିଛି। ଗତ ୨୪ ଘଣ୍ଟା ଭିତରେ ୫୨୪ ଜଣଙ୍କର ମୃତ୍ୟୁ ଘଟିଛି।
ଦେଶରେ ନମୁନା ପରୀକ୍ଷା ବୃଦ୍ଧି ପାଇବା ସହ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ଲକ୍ଷ ୯୦ ହଜାର ନମୁନା ପରୀକ୍ଷା କରାଯାଇଛି। ଫଳରେ ମୋଟ୍‍ ନମୁନା ପରୀକ୍ଷା ସଂଖ୍ୟା ୧୩ କୋଟି ୬୦ ଲକ୍ଷରେ ପହଞ୍ଚିଛି। କେନ୍ଦ୍ର ସରକାର ଓ ଆଇସିଏମ୍‍ଆର୍‍ ଦ୍ୱାରା ନମୁନା ପରୀକ୍ଷା ଭିତ୍ତିଭୂମି ବୃଦ୍ଧି କରାଯାଉଛି। ଦୈନିକ ୧୫ ଲକ୍ଷ ନମୁନା ପରୀକ୍ଷା କରିବା ପାଇଁ ଭାରତ ସାମର୍ଥ୍ୟ ହାସଲ କରିଛି। ଏବେ ସର୍ବମୋଟ୍‍ ୨ ହଜାର ୧୪୫ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories