www.samajalive.in
Wednesday, December 10, 2025
26.1 C
Bhubaneswar

ମୃତ୍ୟୁ ହ୍ରାସ ଓ ରୋଗାକ୍ରାନ୍ତଙ୍କୁ ସୁରକ୍ଷା ପାଇଁ ବ୍ୟବସ୍ଥିତ ଢଙ୍ଗରେ କୋଭିଡ ପରୀକ୍ଷା ହେଉ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ତୃତୀୟ ଲହର ସଂକ୍ରମଣ ଗ୍ରାଫ କିଛି ଦିନ ଉପର ମୁହାଁ ହେବା ପରେ ଏବେ ଏହା ହ୍ରାସ ପାଇଛି। ହେଲେ ଦୈନିକ ସଂକ୍ରମଣ ହ୍ରାସ ପାଇବା ପଛରେ କୋଭିଡ ପରୀକ୍ଷା ପ୍ରମୁଖ ଭୂମିକା ଗ୍ରହଣ କରିଛି। ଦେଶର ପ୍ରାୟ ଅଧିକାଂଶ ରାଜ୍ୟ ନିଜର କୋଭିଡ ପରୀକ୍ଷଣ ସଂଖ୍ୟାକୁ ଅପ୍ରତ୍ୟାଶିତ ଭାବେ ହ୍ରାସ କରି ଦେଇଛନ୍ତି। ଫଳରେ ଦୈନିକ ସଂକ୍ରମଣ ହ୍ରାସ ପାଉଛି। ତେବେ ଆଜି କରୋନା ସଂକ୍ରମଣ ରୋକିବାକୁ କୋଭିଡ ପରୀକ୍ଷଣ ବଢ଼ାଇବା ନେଇ ରାଜ୍ୟମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିଠି ଲେଖାଯାଇଛି। ସବୁ ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅତିରିକ୍ତ ସଚିବ ଲେଖିଥିବା ଚିଠିରେ କିଛି ରାଜ୍ୟରେ କୋଭିଡ ପରୀକ୍ଷାରେ ଢ଼ିଲା ଦିଆଯାଉଥିବାରୁ କେନ୍ଦ୍ର ସରକାର ଚିନ୍ତା ପ୍ରକଟ କରିଛନ୍ତି।

 

- Advertisement -

ସଂକ୍ରମଣ ରୋକିବାକୁ ହଟସ୍ପଟ ଚିହ୍ନଟ କରି କଣ୍ଟେନମେଣ୍ଟ ଜୋନ କରିବାକୁ ପରାମର୍ଶ ସେ ପରାମର୍ଶ ଦେଇଛନ୍ତି। କଣ୍ଟେନମେଣ୍ଟ କରି କଣ୍ଟାକ୍ଟ ଟ୍ରେସିଂ, କ୍ବାରେଣ୍ଟାଇନ, ଆଇସୋଲେସନ ପାଇଁ ବି ପରାମର୍ଶ ଦେଇଛନ୍ତି। ମୃତ୍ୟୁ ହ୍ରାସ ଓ ରୋଗାକ୍ରାନ୍ତଙ୍କୁ ସୁରକ୍ଷା ପାଇଁ ବ୍ୟବସ୍ଥିତ ଢଙ୍ଗରେ କୋଭିଡ ପରୀକ୍ଷା କରାଇବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ସଂକ୍ରମଣକୁ ରୋକିବାକୁ ହେଲେ ଯଥାଶୀଘ୍ର ଟେଷ୍ଟିଂ, ଚିକିତ୍ସା ଓ ଆଇସୋଲେସନ କରିବାକୁ ପଡ଼ିବ। ଟେଷ୍ଟିଂ ସଂଖ୍ୟା ଯେତେ ବଢ଼ିବ, ମହାମାରୀ ଉପରେ ଆମେ ସେତେ ଶୀଘ୍ର ନିୟନ୍ତ୍ରଣ କରିପାରିବା ସ୍ବାସ୍ଥ୍ୟ ମନ୍ତ୍ରାଳୟର ଅତିରିକ୍ତ ସଚିବ ପ୍ରକାଶ କରିଛନ୍ତି।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories