କେରଳ : ବର୍ତମାନ କରୋନା ମହାମାରୀ ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ବହୁ ଲୋକେ ଏଥିରେ ମୃତ୍ୟୁ ବରଣ କରୁଛନ୍ତି। ମାତ୍ର ଜଣେ ୧୦୩ ବର୍ଷୀୟ ଜଣେ ବୃଦ୍ଧ କରୋନାକୁ ମାତ୍ ଦେଇଛନ୍ତି। ସେ କରୋନାରେ ପୀଡ଼ିତ ଥିଲେ ଓ ଗତକାଲି ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଘଟଣାଟି କେରଳର। ବୃଦ୍ଧଙ୍କ ଘର ଅଲୁଭାରେ। କିଛି ଦିନ ତଳେ ତାଙ୍କୁ ଜ୍ୱର ଓ ଶରୀରରେ ଯନ୍ତ୍ରଣା ହେବାରୁ ତାଙ୍କର କୋଭିଡ଼ ଟେଷ୍ଟ କରାଯାଇଥିଲା।ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ କେରଳର ଏକ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା। ବୟସ ଅଧିକ ହେତୁ ଏକ ସ୍ୱତନ୍ତ୍ର ଡ଼ାକ୍ତରୀଦଳ ଦୀର୍ଘ ୨୦ ଦିନ ତାଙ୍କର ଚିକିତ୍ସା କରିଥିଲେ। ବୃଦ୍ଧ ଜଣଙ୍କ ସୁସ୍ଥ ହେବା ପରେ ସେ ଡ଼ାକ୍ତରୀ ଦଳଙ୍କୁ ଧନ୍ୟବାଦ ଜଣାଇ ଫୁଲଗୁଚ୍ଛ ଦେଇଥିଲେ।
Popular Categories



