www.samajalive.in
Sunday, December 7, 2025
15.1 C
Bhubaneswar

ଦେଶରେ ଆଜି ପୁଣି ୨୦ ହଜାର ପାର୍‍ ଦୈନିକ ସଂକ୍ରମଣ ; ୪୭ ମୃତ

ନୂଆଦିଲ୍ଲୀ : ଗତ କାଲି ଭଳି ଦେଶରେ ପୁଣି ଆଜି ମଧ୍ୟ ଦୈନିକ ସଂକ୍ରମଣ ୨୦ ହଜାର ଅତିକ୍ରମ କରିଛି। ଦିନକରେ ଆଉ ୨୦ ହଜାର ୦୩୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪.୩୭,୧୦,୦୨୭କୁ ବୃଦ୍ଧି ପାଇଛି। ସେହିପରି ଆଉ ୧୬,୯୯୪ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୪,୩୦,୪୫,୩୫୦ ଆରୋଗ୍ୟ ଲାଭ କରିଛନ୍ତି। ଆରୋଗ୍ୟ ହାର ୯୮.୪୮%। ଚିକିତ୍ସାଧୀନ ଅବସ୍ଥାରେ ଆଉ ୪୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୨୫,୬୦୪ରେ ପହଞ୍ଚିଛି। ମୃତ୍ୟୁହାର ୧.୨୦%। ଆଉ ୧,୩୯,୦୭୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ସକ୍ରିୟ ଆକ୍ରାନ୍ତ ହାର ୦.୩୨%। ଦିନକ ଆଗରୁ ୪,୫୦,୮୨୦ ନମୁନା ପରୀକ୍ଷା କରାଯାଇଥିବା ବେଳେ ଏଯାଏଁ ମୋଟ ୮୬,୮୬,୧୫,୧୬୮ ନମୁନା ପରୀକ୍ଷା କରାଯାଇଛି। ୨୪ ଘଣ୍ଟା ପୂର୍ବରୁ ୧୮,୯୨,୯୬୯ ଟିକା ନେଇଥିବା ବେଳେ ଏଯାଏଁ ମୋଟ ୧,୯୯,୪୭,୩୪,୯୯୪ ଟିକାକରଣ କରାଯାଇଛି। ଆଜି ମଧ୍ୟାହ୍ନ ସୁଦ୍ଧା ୬,୨୩,୯୫୫ ଟିକାକରଣ କରାଯାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories