www.samajalive.in
Monday, December 8, 2025
13.1 C
Bhubaneswar

କୋଭିଡ୍ କଟକଣା ମଧ୍ୟରେ ଆରଟିଓ ଅଫିସ ଖୋଲିବାକୁ ଗାଇଡଲାଇନ୍ ଜାରି କଲା ପରିବହନ ବିଭାଗ

ଭୁବନେଶ୍ବର : କୋରୋନା କଟକଣା ମଧ୍ୟରେ ଖୋଲିବ ଆରଟିଓ କାର୍ଯ୍ୟାଳୟ । ତେବେ କୋଭିଡ ମହାମାରୀ ଯୋଗୁଁ ଆରଟିଓ ଅଫିସକୁ କିଏ ଆସିବେ ଓ କିଏ ଆସିବେ ନାହିଁ ସେ ନେଇ ନୂଆ ଗାଇଡ଼ଲାଇନ ଜାରି କରିଛି ରାଜ୍ୟ ପରିବହନ ବିଭାଗ। କୋରୋନା ମହାମାରୀ ସମୟରେ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ପକ୍ଷରୁ ନୂଆ  ନିର୍ଦ୍ଦେଶନାମା ଜାରି ହୋଇଛି।

- Advertisement -

 

ଯେଉଁମାନେ ଡ୍ରାଇଭିଂ ଲାଇସେନ୍ସରେ ରିନିୱାଲ ,ଠିକଣା ପରିବର୍ତ୍ତନ,ଡୁପ୍ଲିକେଟ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ଅନଲାଇନରେ ଆବେଦନ କରି ନୂଆ ସ୍ଲଟ ନେଇ ଆରଟିଓ କାର୍ୟ୍ୟାଳୟକୁ ଆସିପାରିବେ। ଯଦି ଆବେଦନ କରିନଥିବେ ସେମାନେ ଆରଟିଓ ଅଫିସକୁ ଆସି ପାରିବେ ନାହିଁ। ଆରସି ବୁକ ରେ ମାଲିକାନା ପରିବର୍ତ୍ତନ ନେଇ ଆବେଦନ ମଧ୍ୟ କରିପାରିବେ। ଅନଲାଇନରେ ଆବେଦନ କରି ସ୍ଲଟ ଧରି ଆସିବେ।କୌଣସି ଲୋକ ନୂଆ ଡିଏଲ ଆବେଦନ,ଭେଇକିଲ ଟେଷ୍ଟିଂ ପାଇଁ ଆସିପାରିବେ ନାହିଁ ବୋଲି ଏହି ନୂଆ ଗାଇଡ଼ଲାଇନ ରେ ସ୍ପଷ୍ଟ କରାଯାଇଛି । ଏଥିସହ ଆରଟିଓ ଅଫିସକୁ ଆସିବାକୁ ହେଲେ ଲୋକଙ୍କୁ ସାମାଜିକ ଦୂରତା ମାନିବା ସହ ହାତକୁ ସାନିଟାଇଜ କରିବାକୁ ହେବ । ଏଥିସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଲୋକଙ୍କୁ ସେବା ଯୋଗାଇବା ପାଇଁ ସର୍ତ୍ତମୂଳକ ଭାବେ କାର୍ୟ୍ୟାଳୟକୁ ଖୋଲିଯାଉଥିବା ନେଇ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଅଫିସର ସହ ଜଡିତ କର୍ମଚାରୀଙ୍କୁ ଏଠାକୁ ପ୍ରବେଶ ଅନୁମତି ରହିଛି ।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories