ଗଞ୍ଜାମ: ଗଞ୍ଜାମ ବ୍ଲକର ସାମ୍ବାଦିକମାନଙ୍କୁ କରୋନା ଯୋଦ୍ଧା ଭାବେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ତତ୍ୱାବଧାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସହର ସ୍ଥିତ ବ୍ଲକ କଲୋନୀ ପରିସରରେ ସ୍ଥାନୀୟ ବିଜେପି ନେତୃ ମଣ୍ଡଳୀ ଯୋଗଦେଇ ଗଞ୍ଜାମ ଅଞ୍ଚଳର ସାମ୍ବାଦିକମାନଙ୍କ ନିରପେକ୍ଷ ଲେଖନୀ ଚାଳନାକୁ ଉଚ୍ଚ ପ୍ରଶଂସା କରିବା ସହ ସେମାନଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜେପି ନେତା ପ୍ରଶାନ୍ତ କୁମାର କର ଉକ୍ତ କାର୍ୟ୍ୟକ୍ରମର ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଗଞ୍ଜାମ ଏନଏସି ମଣ୍ଡଳ ସଭାପତି ସୁଦାମ ଜେନା, ସନ୍ତୋଷପୁର ମଣ୍ଡଳ ସଭାପତି ସନ୍ତୋଷ ନାହାକ, ରମ୍ଭା ଏନଏସି ମଣ୍ଡଳ ସଭାପତି ସୀମାଞ୍ଚଳ ବାଡ଼ତ୍ୟା, ହୁମ୍ମା ମଣ୍ଡଳ ପ୍ରଭାରୀ କାନ୍ତାରୀ ଦଳେଇ, ପୂର୍ବତନ କାଉନସିଲର ଡି.କେ ରାଓ ପ୍ରମୁଖ ଉପସ୍ଥିତ ରହିଥିଲେ। ପରେ ନେତାମାନେ ଉପସ୍ଥିତ ଥିବା ସ୍ଥାନୀୟ ଅଞ୍ଚଳରେ ସାମ୍ବାଦିକମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳର ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର କୁମାର ପଣ୍ଡା, ଲକ୍ଷ୍ମୀ ଚରଣ ପାଢ଼ୀ, ଉମାକାନ୍ତ ବେହେରା, ଶବର କୁମାର ତରାଇ, ବିଦ୍ୟାଧର ସାହୁ, ଆର.ମୁରଲୀ ପ୍ରଧାନ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ନିରପେକ୍ଷତା ଓ କର୍ତ୍ତବ୍ୟ ନିଷ୍ଠା ହୋଇ ସମ୍ବାଦ ପରିବେଷଣ ସହିତ ସାମ୍ବାଦିକମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଏକତାର ଆବଶ୍ୟକ ରହିଛି ବୋଲି ମତ ପ୍ରକାଶ ପାଇଥିଲା। ବିଜୟଲକ୍ଷ୍ମୀ ମହାକୁଡ଼, କେ.ରଜନୀକାନ୍ତ ରେଡି, ନୀଳାଞ୍ଚଳ ସେନାପତି, ପ୍ରଦୀପ କୁମାର ପଣ୍ଡା, ବଟକୃଷ୍ଣ ରାଉଳ, ସହଦେଵ ଗୌଡ଼, ବନବାସୀ ସେଠି, ମନୋଜ ପ୍ରଧାନ ପ୍ରମୁଖଙ୍କ ସମେତ ଅନ୍ୟ ସାମ୍ବାଦିକମାନେ ଉପସ୍ଥିତ ରହିଥିଲେ।
Popular Categories



