www.samajalive.in
Monday, December 8, 2025
27.1 C
Bhubaneswar

ଜଳ, ସ୍ଥଳ, ଆକାଶ ପଥ ସିଲ – ଆଲର୍ଟରେ ସେନା ଓ ସାମରିକ ବାହିନୀ

ସମାଜ ପୋର୍ଟାଲ ଡେସ୍କ: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସୋମବାର ରାତିରେ ସାରା ଦେଶରେ ଲକଡାଉନ୍ ଘୋଷଣା କରାଯିବା ପରେ କୌଣସି ପରିସ୍ଥିତିର ସାମ୍ନା କରିବା ପାଇଁ ସେନା ଏବଂ ସାମରିକ ବାହିନୀକୁ ପ୍ରସ୍ତୁତ ରଖାଯାଇଛି। ଏଥିରେ ୩୦ଟି ରାଜ୍ୟ ସହ ସମସ୍ତ କେନ୍ଦ୍ରଶାସିତ ଅଞ୍ଚଳରେ କଡାକଡି ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୋମବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟରେ ଲକଡାଉନ୍ ଘୋଷଣା କରିଛନ୍ତି।

- Advertisement -

ସୂଚନା ଅନୁଯାୟୀ, ବିଭିନ୍ନ ରାଜ୍ୟରେ ଲକଡାଉନ୍ ସତ୍ୱେ ଲୋକମାନେ ବାହାରେ ବୁଲାବୁଲି କରୁଥିବା ଏବଂ ନିୟମ ଅନୁପାଳନ କରୁନଥିବା ଖବର ମିଳିବ ପରେ ସାରା ଦେଶରେ ସମ୍ପୂର୍ଣ୍ଣ ଲକଡାଉନ୍ ନିଷ୍ପତ୍ତି ନିଆଯାଇଛି। ଏହା ଏକମାତ୍ର ବିକଳ୍ପ ଥିଲା ବୋଲି ବୈଠକରୁ ଜଣାପଡିଛି। ପରେ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମୁଖ୍ୟଙ୍କୁ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ, ସମ୍ପୂର୍ଣ୍ଣ ଲକଡାଉନକୁ ଦୃଷ୍ଟିରେ ରଖି ସେନା ଏବଂ ସାମରିକ ବାହିନୀକୁ ସଜାଗ ରଖାଯାଇଛି। ଯାହା ଫଳରେ ଦିଲ୍ଲୀ, ହରିୟାଣା, ପଞ୍ଜାବ, ରାଜସ୍ଥାନ, ୟୁପି, କେରଳ, ଗୁଜୁରାଟ, ମଣିପୁର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଗୋଆ ଏବଂ କର୍ଣ୍ଣାଟକ ସମେତ ଅନ୍ୟ ରାଜ୍ୟଗୁଡିକରେ କର୍ଫ୍ୟୁ ସମୟରେ ପରିସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ରହି ପାରିବ। ଏହି କାରଣରୁ କେନ୍ଦ୍ର ସରକାର କଠୋର ପଦକ୍ଷେପ ନେବାକୁ ପ୍ରସ୍ତୁତ ହୋଇଛନ୍ତି। ଏହା ପୂର୍ବରୁ କରୋନାରେ ସର୍ବାଧିକ ସଂକ୍ରମଣ ହୋଇଥିବା ମହାରାଷ୍ଟ୍ର ସରକାର ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ରାଜ୍ୟରେ କର୍ଫ୍ୟୁ ଲାଗୁ କରିଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories