www.samajalive.in
Thursday, December 11, 2025
27.1 C
Bhubaneswar

କରୋନା ଅପଡେଟ୍ : ବିଶ୍ଵରେ ୨ ଲକ୍ଷ ଟପିଲା ମୃତ୍ୟୁ ସଂଖ୍ୟା, ଆମେରିକାରେ ୫୪ ହଜାରରୁ ଉର୍ଦ୍ଧ୍ବ ମୃତ୍ୟୁ

ସମାଜ ପୋର୍ଟାଲ ଡେସ୍କ : ସମଗ୍ର ବିଶ୍ଵରେ ମହାମାରୀ କୋରାନା ଜନିତ ମୃତ୍ୟୁ ସଂଖ୍ୟା ଦୁଇ ଲକ୍ଷ ଅତିକ୍ରମ କରିଛି । ଏହି ମାରାତ୍ମକ ମହାମାରୀ ବିଶ୍ଵର ସମସ୍ତ ଦେଶରେ ତାର କାୟା ବିସ୍ତାରା କରିଚାଲିଛି । ବିଶ୍ଵର ଶକ୍ତିଶାଳୀ ରାଷ୍ଟ୍ରମାନେ ମଧ୍ୟ ଏହି ଅଦୃଶ୍ୟ ମହାମାରୀକୁ ପ୍ରତିହତ କରିବାରେ ବିଫଳ ହେଉଛନ୍ତି। ବିଶ୍ଵର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର କୁହାଯାଉଥିବା ଆମେରିକାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ସବୁଠୁ ଅଧିକ ରହିଛି । ଏଠାରେ ବର୍ତ୍ତମାନ ସୁଦ୍ଧା ଏହି ମହାମାରୀରେ ୫୪ ହଜାର ୨୬୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୯ ଲକ୍ଷ ୬୦ ହଜାର ୮୯୬ ଜଣ ଆକ୍ରାନ୍ତ ରହିଛନ୍ତି । ତେବେ ଆମେରିକାରେ ମୋଟ ୧ ଲକ୍ଷ ୧୮ ହଜାର ୧୬୨ ଜଣ ସୁସ୍ଥ ହୋଇଥିବା ବେଳେ ଜୀବନ ଓ ମୃତ୍ୟୁ ସହିତ ୧୫ ହଜାର ୧୧୦ ଜଣ ବ୍ୟକ୍ତି ଲଢେଇ କରୁଛନ୍ତି । 

ଏକ ତଥ୍ୟ ଅନୁସାରେ ବିଶ୍ୱରେ ରବିବାର ସାଢ଼େ ୭ଟା ପର୍ୟ୍ୟନ୍ତ ୨୯ ଲକ୍ଷ ୨୦ ହଜାର ୯୬୧ ଜଣ ସଂକ୍ରମିତ ହୋଇଛନ୍ତି । ଏଥିରୁ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୩ ହଜାର ୨୭୨ ଜଣ । ୮ ଲକ୍ଷ ୩୬ ହଜାର ୯୪୧ ଜଣ ସୁସ୍ଥ ହୋଇଥିବା ବେଳେ ଗୁରୁତରଙ୍କ ସଂଖ୍ୟା ହେଉଛି ୫୭ ହଜାର ୮୬୪ ଜଣ ।

- Advertisement -

ସେହିପରି ସ୍ପେନରେ ୨ ଲକ୍ଷ ୨୩ ହଜାର ୭୫୯ ଜଣ ସଂକ୍ରମିତ ଥିବା ବେଳେ ୨୨ ହଜାର ୯୦୨ଙ୍କର ମୃତ୍ୟୁ ହୋଇଛି , ଇଟାଲୀରେ ୧ ଲକ୍ଷ ୯୫ ହଜାର ୩୫୧ ଜଣ ସଂକ୍ରମିତ ଓ ୨୬ ହଜାର ୩୯୪ ଜଣ ମୃତ, ଫ୍ରାନ୍ସରେ ୧ ଲକ୍ଷ ୬୧ ହଜାର ୪୮୮ ଜଣ ସଂକ୍ରମିତ ଓ ୨୨ ହଜାର ୬୧୪ ଜଣ ମୃତ, ଜର୍ମାନୀରେ ୧ ଲକ୍ଷ ୫୬ ହଜାର ୫୧୩ ଜଣ ସଂକ୍ରମିତ ଓ ୫ ହଜାର ୮୭୭ ଜଣ ମୃତ, ବ୍ରିଟେନରେ ୧ ଲକ୍ଷ ୪୮ ହଜାର ୭୭୩ ସଂକ୍ରମିତ ଓ ୨୦ ହଜାର ୩୧୯ ଜଣ ମୃତ ଏବଂ ତୁର୍କୀରେ ୧ ଲକ୍ଷ ୭ ହଜାର ୭୭୩ ଜଣ ସଂକ୍ରମିତ ଥିବା ବେଳେ ୨ ହଜାର ୭୦୬ ଜଣଙ୍କର ମୃତ୍ୟୁ ହୋଇଛି ।

 

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories