www.samajalive.in
Monday, December 8, 2025
13.1 C
Bhubaneswar

ଓଡ଼ିଶା ଫେରିଲେ ୨,୧୪,୩୭୩ ପ୍ରବାସୀ: ବାହାର ରାଜ୍ୟକୁ ଗଲେ ୨୬, ୬୧୧ ଅତିଥି ଶ୍ରମିକ

ଭୁବନେଶ୍ବର: କରୋନା ମହାମାରୀ ଯୋଗୁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ୨,୧୪,୩୭୩ଜଣ ପ୍ରବାସୀ ଓଡ଼ିଶା ଫେରିଛନ୍ତି। ଅପରପକ୍ଷରେ ଓଡ଼ିଶାରେ ଥିବା ୨୬,୬୧୧ଜଣ ପ୍ରବାସୀ ସେମାନଙ୍କ ରାଜ୍ୟକୁ ପଠାଇଦିଆଯାଇଛି।

ରାଜ୍ୟ ସରକାର ଜିଲା ପ୍ରଶାସନ ସହାୟତାରେ ଏ ପର୍ଯ୍ୟନ୍ତ ୨୬,୬୨୧ ଜଣ ଅତିଥି ଶ୍ରମିକଙ୍କୁ ସେମାନଙ୍କ ନିଜ ରାଜ୍ୟକୁ ପଠାଇଛନ୍ତି। ଏହି ଅତିଥି ଶ୍ରମିକମାନେ ମୁଖ୍ୟତଃ ପଶ୍ଚିମବଙ୍ଗ (୬୨୫୦), ଛତିଶଗଡ (୩୫୫୦), ବିହାର (୩୬୦୦), ଝାଡଖଣ୍ଡ (୭୧୦୦), ରାଜସ୍ଥାନ(୧୦୦୦), ଉତ୍ତରପ୍ରଦେଶ (୧୮୦୦), ମଧ୍ୟପ୍ରଦେଶ (୯୧୫), ଆନ୍ଧ୍ରପ୍ରଦେଶ (୯୬୦), ତେଲେଙ୍ଗାନା (୫୫୦), ମହାରାଷ୍ଟ୍ର(୩୫୦) ଏବଂ ମଣିପୁର (୩୮) ରାଜ୍ୟର। ଅତିଥି ଶ୍ରମିକମାନଙ୍କୁ ପଠାଇବା ପୂର୍ବରୁ ବସ୍‌ଗୁଡ଼ିକ ବିଶୋଧନ କରାଯାଉଛି। ସେମାନଙ୍କୁ ସାମାଜିକ ଦୂରତ୍ୱ ଏବଂ ମାସ୍କ ପରିଧାନର ଆବଶ୍ୟକତା ସମ୍ପର୍କରେ ସଚେତନ କରାଯାଇ ପାଣି ବୋତଲ, ମାସ୍କ, ଶୁଖିଲା ଖାଦ୍ୟ/ଖାଦ୍ୟ ପୁଡ଼ିଆ ଦିଆଯାଉଛି।

- Advertisement -

ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୬୬୨୦ ଜଣ ଅତିଥି ଶ୍ରମିକ, ଖୋର୍ଦ୍ଧାରୁ ୪୪୦୦, ବଲାଙ୍ଗୀରରୁ ୧୧୨୦, ଭଦ୍ରକରୁ ୭୫୦, କଳାହାଣ୍ଡିରୁ ୧୧୧୦, ମାଲକାନଗିରିରୁ ୭୬୦, ଅନୁଗୋଳରୁ ୮୮୦, ରାୟଗଡାରୁ ୧୩୦୦ ଏବଂ ବରଗଡରୁ ୮୦୦ ଜଣ ଅତିଥି ଶ୍ରମିକ ନିଜ ରାଜ୍ୟକୁ ଫେରିଛନ୍ତି।

ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଉଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି। ଆଜି ୧୧,୧୫୩ ଜଣ ଓଡ଼ିଆ ଭାଉଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତି। ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୨,୧୪,୩୭୩ ଜଣ ଫେରିଛନ୍ତି। ସେମାନେ ବସ୍‌, ଟ୍ରେନ୍‌ ଓ ଅନ୍ୟ ଯାନବାହନରେ ଆସିଛନ୍ତି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories