ମୁମ୍ବଇ: ସମ୍ପୂର୍ଣ୍ଣ ମନୋରଞ୍ଜନ ଜଗତରେ ‘କରୋନା’ର ପ୍ରଭାବ ପରିଷ୍କାର ଭାବେ ଦେଖିବାକୁ ମିଳିଛି। ହେଲେ ଏପରି କିଛି କଳାକାର ଅଛନ୍ତି, ଯେଉଁମାନେ ଏଭଳି ପରିସ୍ଥିତିରେ ମଧ୍ୟ ନା କେବଳ ଲୋକଙ୍କ ମନୋରଞ୍ଜନ କରୁଛନ୍ତି ବରଂ କରୋନା ବାହାନାରେ ଲୋକଙ୍କୁ କିଛି ସକରାତ୍ମକ ସନ୍ଦେଶ ଦେବାକୁ ଚେଷ୍ଟା କରୁଛନ୍ତି। ଆମେ କହୁଛୁ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଥିବା ଏକ କରୋନା ସଙ୍ଗ୍ ବିଷୟରେ।
ଏହି ଗୀତକୁ ତେଜସ ଗମ୍ଭୀର ନାମକ ଯୁବକ ଗାଇଛନ୍ତି। ୨୦୦୩ ମସିହାରେ ରିଲିଜ୍ ହୋଇଥିବା ଶାହରୁଖ୍ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଚଲ୍ତେ ଚଲ୍ତେ’ର ଗୀତ ‘ସୁନୋ ନା ସୁନୋ ନା ସୁନ୍ ଲୋ ନା’ ସ୍ୱରରେ ତେଜସ୍ ନିଜେ ଲେଖିଥିବା ଏକ ଗୀତ ଗାଇଛନ୍ତି। ଏହି ଗୀତକୁ ସେ କରୋନା ଓ ଆଜିକାଲିର ପରିବେଶ ସହ ଯୋଡ଼ିଛନ୍ତି। ତେଜସ୍ ସାମାଜିକ ଗଣମାଧ୍ୟମରେ ଗୀତକୁ ପୋଷ୍ଟ କରିବା ପରେ କିଛି ସମୟରେ ମଧ୍ୟରେ ଏହା ଭାଇରାଲ୍ ହେବା ଆରମ୍ଭ ହୋଇଗଲା।
https://www.facebook.com/tjgambhir57/videos/505145627057723/
ଏହି ଗୀତରେ କରୋନା ଦ୍ୱାରା ଲୋକଙ୍କ ଜୀବନ ଉପରେ ପଡ଼ୁଥିବା ପ୍ରଭାବ ବିଷୟରେ ସେ କହିଛନ୍ତି। ଏହା ସହ ଗୀତର ଶେଷରେ ଏକ ଭଲ ସନ୍ଦେଶ ମଧ୍ୟ ଦେଇଛନ୍ତି। ଗୀତ ପୋଷ୍ଟ କରି ତେଜସ୍ ଲେଖିଛନ୍ତି, ‘ବର୍ତ୍ତମାନର ସ୍ଥିତକୁ ନେଇ କିଛି ପଂକ୍ତି ଲେଖିଛି। ଏହା ସମ୍ପୂର୍ଣ୍ଣ ଭାବେ ମନୋରଞ୍ଜନ ଉଦ୍ଦେଶ୍ୟରେ କରାଯାଇଛି। ଅଯଥା ଭୟ କିଛି ସାହାଯ୍ୟ କରିବ ନାହିଁ। ଆରାମ କରନ୍ତୁ। ଜାତି ଓ ଧର୍ମ ବିଷୟରେ ଚିନ୍ତା ନ କରି ଏହି ଜଟିଳ ପରିସ୍ଥିତିରେ ପରସ୍ପରକୁ ସାହାଯ୍ୟ କରନ୍ତୁ। ସୁରକ୍ଷିତ ରୁହନ୍ତ, ଭଗବାନ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ’।
ଏହା ବ୍ୟତୀତ ତେଜସ୍ ନିଜ ପୋଷ୍ଟରେ ପରିଷ୍କାର ଲେଖିଛନ୍ତି, ମୋର କପିରାଇଟ୍ ଉଲ୍ଲଂଘନର କୌଣସି ଉଦ୍ଦେଶ୍ୟ ନାହିଁ। ସେ ଏହାର ମୂଳ ଗୀତ, ତା’ର ଗାୟକ ଓ ନିର୍ମାଣକାରୀ ସଂସ୍ଥାର ନାଁ ମଧ୍ୟ ଉଲ୍ଲେଖ କରିଛନ୍ତି।



