www.samajalive.in
Sunday, December 7, 2025
15.1 C
Bhubaneswar

ଦେଶରେ ବଢ଼ୁଛି ଆରୋଗ୍ୟ ହାର: ସକ୍ରିୟ ରୋଗୀଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ୩.୫ଗୁଣ ଅଧିକ

ନୂଆଦିଲ୍ଲୀ: ଦେଶରେ ସୁସ୍ଥ ହାର ଦିନକୁ ଦିନ ବୃଦ୍ଧି ପାଉଛି । ଗତ  ୫ ଦିନ ଧରି ଦୈନିକ ୬୦ ହଜାରରୁ ଉର୍ଦ୍ଧ୍ଵ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୬୫,୦୮୧ ଜଣ ସୁସ୍ଥ ହୋଇଛନ୍ତି । ଏଥିସହିତ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨୮,୩୯,୮୮୨ରେ ପହଞ୍ଚିଥିବା ବେଳେ ସୁସ୍ଥତା ହାର ଶତକଡା ୭୭ରେ ପହଞ୍ଚିଛି । ସକ୍ରିୟ ରୋଗୀଙ୍କ ତୁଳନାରେ ୩.୫ ଗୁଣ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି । ଦେଶରେ ୭,୮୫,୯୯୬ ସକ୍ରିୟ ରୋଗୀ ଥିବାବେଳେ ୨୦.୫୩ ଲକ୍ଷରୁ ଅଧିକ ସୁସ୍ଥ ହୋଇଛନ୍ତି । ଜୁଲାଇ ମାସର ପ୍ରଥମ ସପ୍ତାହ ତୁଳନାରେ ଅଗଷ୍ଟ ମାସ ଶେଷ ସପ୍ତାହରେ ସଂକ୍ରମିତଙ୍କ ତୁଳନାର ସୁସ୍ଥ ରୋଗୀଙ୍କ ସଂଖ୍ୟା ୪ ଗୁଣ ବୃଦ୍ଧି ପାଇଛି ।

କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ  ଗତ ୨୪ ଘଣ୍ଟା ମଧ୍ୟରେ ୫ଟି ରାଜ୍ୟରେ ଅଧିକ ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ର ୧୧,୮୫୨, ଆନ୍ଧ୍ରପ୍ରଦେଶ ୧୦,୦୦୪, କର୍ଣ୍ଣାଟକ ୬,୪୯୫, ତାମିଲନାଡୁ ୫,୯୫୬ ଏବଂ ଉତ୍ତରପ୍ରଦେଶ ୪,୭୮୨ ଜଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇଲେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ଶତକଡା ୫୬ ଭାଗ ରୋଗୀ ଉପରୋକ୍ତ ୫ଟି ରାଜ୍ୟରୁ ଆସିଛନ୍ତି ।

- Advertisement -

ସେହିପରି ଏହି ୫ଟି ରାଜ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ସଂକ୍ରମିତ ମଧ୍ୟ ସୁସ୍ଥ ହୋଇଛନ୍ତି । ଏହା ମୋଟ ଆରୋଗ୍ୟ ସଂଖ୍ୟାର ୫୮.୦୪ ପ୍ରତିଶତ ବୋଲି ଜଣାପଡିଛି । ମହାରାଷ୍ଟ୍ରରେ ୧୧,୧୫୮ ଜଣ ସୁସ୍ଥ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ୮,୭୭୨, କର୍ଣ୍ଣାଟକରେ ୭,୨୩୮, ତାମିଲନାଡୁରେ ୬,୦୦୮ ଓ ଉତ୍ତରପ୍ରଦେଶରେ ୪,୫୯୭ ଜଣ କାରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୧୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଉପରୋକ୍ତ ୫ଟି ରାଜ୍ୟରୁ ୫୩୬ ଜଣଙ୍କର ମୃତ୍ୟୁ ହୋଇଛି ଅର୍ଥାତ ଦେଶର ମୋଟ ମୃତ୍ୟୁହାରର ୬୫.୪୦ ପ୍ରତିଶତ । ମହାରାଷ୍ଟ୍ରରେ ୧୮୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କରନାଟକରେ ୧୧୩, ତାମିଲନାଡୁରେ ୯୧, ଆନ୍ଧ୍ରପ୍ରଦେଶରେ ୮୫ ଏବଂ ଉତ୍ତରପ୍ରଦେଶରେ ୬୩ ଜଣଙ୍କର ମୃତ୍ୟୁ ହୋଇଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories