www.samajalive.in
Wednesday, November 12, 2025
27.1 C
Bhubaneswar

ଭବାନୀପାଟଣାର ୩୬ ଟି ପଞ୍ଚାୟତରେ ଘରଘର ବୁଲି କରୋନା ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ଭବାନୀପାଟଣା: ଭବାନୀପାଟଣା ବ୍ଲକ ୩୬ ଟି ପଞ୍ଚାୟତରେ କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ ଏବଂ ସେମାନଙ୍କ ଠାରୁ ନମୂନା ପରୀକ୍ଷା କାର୍ଯ୍ୟ ଆରମ୍ଭ ହୋଇଛି। ଘରକୁ ଘର ବୁଲି ସର୍ଭେ କରାଯିବା ପାଇଁ ଅଙ୍ଗନବାଡି, ଆଶାକର୍ମୀ ଓ ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି। ଏହି ଟିମ୍‍କୁ ତତ୍ତ୍ୱାବଧାନ କରିବା ପାଇଁ ବ୍ଲକର ୩୬ ଟି ପଞ୍ଚାୟତରେ ୫୩ ଜଣ ସୁପରଭାଇଜର ଓ ୨୬ ଜଣ ସେକ୍ଟର ସୁପରଭାଇଜରଙ୍କୁ ଦାୟିତ୍ୱ ଦିଆଯାଇଛି। ପ୍ରତିଦିନ ଅଙ୍ଗନାବାଡି କର୍ମୀ ଓ ଶିକ୍ଷକମାନେ ସ୍କ୍ରିନିଂ କରିବାପରେ ଅପରାହ୍ନ ୩ ଟା ସୁଦ୍ଧା ସୁପରଭାଇଜରଙ୍କୁ ରିପୋର୍ଟ ପ୍ରଦାନ କରିବେ। ସୁପରଭାଇଜର ମାନେ ୪ ପୂର୍ବରୁ ରାପିଡ୍‍ ରେସ୍ପନ୍ସ ଟିମ୍‍କୁ ରିପୋର୍ଟ କଲାପରେ ବିଡିଏମ୍‍ଙ୍କଠାରେ ରିପୋର୍ଟ ଦାଖଲ ପାଇଁ ସଦର ବିଡିଓ ପ୍ରୀତା କୁମାର ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ବ୍ଲକର ୩୬ ଗୋଟି ପଞ୍ଚାୟତର ୨୯୭ ଗ୍ରାମର ୪୩ ହଜାର ୭୦୨ ପରିବାରର ସ୍କ୍ରିନିଂ କରାଯିବ। ନମୁନା ପରୀକ୍ଷା ପାଇଁ ବ୍ଲକର ବୋର୍ଡା, ଅର୍ତ୍ତଲ, ମାଲଗାଁ, ମଦିଗୁଡା, ପଲନା, ସେଁପୁର, ଚହଗାଁ, କଲମ, କାମଠଣା, କର୍ଲାଗୁଡା, ଦାଦପୁର, କର୍ଲାପଡା, ଦେପୁର, ଥୁଆପଦର, ଗୁଡିଆଲିପଦର, ମେଦିନୀପୁର, ସୁଜାନପୁର, କୁଟ୍ରୁଖମାର, ଦୁଆରସୁନୀ, ରିଶଗାଁ, ଯୁଗସାଇପାଟଣା, ପୋଖରୀଘାଟ, ମସିଗାଁ ଓ ସଗଡାଠାରେ ଟେଷ୍ଟିଂ ସେଣ୍ଟର ଖୋଲା ଯାଇଛି। ଏନେଇ ଏବିଡିଓ ଶ୍ରୀଧର ପଣ୍ଡା ଓ ବୋର୍ଡା ସିଏଚ୍‍ସି ଏମ୍‍ଓ ଇନ୍‍ଚାର୍ଜ ଡା. ରାଜେନ୍ଦ୍ର ନାରାୟଣ ସିଂ ଦଳପତି କହିଛନ୍ତି।

Hot this week

ତେଜସ୍ବୀଙ୍କୁ ଖୁସି କଲା ଏହି ଏକଜିଟ୍ ପୋଲ୍, ଆରଜେଡି ସବୁଠୁ ବଡ ଦଳ

ପାଟଣା: ବିହାରରେ ଅଧିକାଂଶ ଏକଜିଟ୍ ପୋଲ୍ ଏନଡିଏ ସରକାର ପୁଣି କ୍ଷମତାକୁ...

ୟୁପିଏସସି ମୁଖ୍ୟ ପରୀକ୍ଷା ଫଳ ପ୍ରକାଶିତ, ୨୭୩୬ କୃତକାର୍ଯ୍ୟ

ସମାଜଲାଇଭ ଡେସ୍କ: କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସସି) ସିଭିଲ ସର୍ଭିତ ମୁଖ୍ୟ ପରୀକ୍ଷା-୨୦୨୫ର...

ଦିଲ୍ଲୀ ବିସ୍ଫୋରଣ: ଡାକ୍ତରଖାନାରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଆହତ ହୋଇ ସ୍ଥାନୀୟ ଏଲଏନଜେପି...

ଏକ୍‌ଜିଟ୍‌ ପୋଲ୍‌କୁ ଖାରଜ କରିଛନ୍ତି ତେଜସ୍ୱୀ ଯାଦବ

ସମାଜ ଲାଇଭ୍ ଡେସ୍କ : ବିହାରରରେ ସମସ୍ତ ପର୍ଯ୍ୟାୟ ମତଦାନ ଶେଷ...

ନୂଆପଡ଼ା ଉପନିର୍ବାଚନରେ ଐତିହାସିକ ୮୩.୪୫% ମତଦାନ

ସମାଜଲାଇଭ ଡେସ୍କ: ନୂଆପଡ଼ା ଉପନିର୍ବାଚନରେ ଏଥର ରେକର୍ଡ ମତଦାନ ହୋଇଛି। ଚଳିତ...

Related Articles

Popular Categories