www.samajalive.in
Saturday, December 6, 2025
26.1 C
Bhubaneswar

ଆଇସିୟୁରେ ପଶିଲା କରୋନା

ବଲାଙ୍ଗିର: ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନା ଆସିୟୁରେ ପଶିଲା କରୋନା ଭୂତାଣୁ। ଆଇସିୟୁରେ ଭର୍ତ୍ତି ହୋଇଥିବା ତିନି ଜଣ ରୋଗୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଇସିୟୁକୁ ସିଲ କରିଛି ଡାକ୍ତରଖାନା ପ୍ରଶାସନ। ଆଇସିୟୁରେ କାମ କରୁଥିବା କର୍ମଚାରୀ, ସହାୟକ ଓ ଡାକ୍ତରମାନଙ୍କୁ ସଙ୍ଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ପାଖାପାଖି ୭ ଦିନ ଅଇସିୟୁ ବନ୍ଦ ରହିବ ବୋଲି ଜଣାପଡିଛି। ଗୁରୁବାର ବଲାଙ୍ଗିର ଜିଲାରେ ଆଉ ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ସୂଚନା ଦେଇଛି।

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନା ଆଇସିୟୁରେ ଭର୍ତ୍ତି ହୋଇଥିବା ତିନି ଜଣ ରୋଗୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ୨୮ ଓ ୨୯ ତାରିଖରେ ଆସିଥିବା ରିପୋର୍ଟରେ ଏହି ତିନି ଜଣ ରୋଗୀ କରୋନା ସଂକ୍ରମିତ ଥିବା ଜଣାପଡିଥିଲା। ସଂକ୍ରମଣ ଡାକ୍ତରଖାନା ପ୍ରଶାସନ ପାଇଁ ଏକ ବଡ ଚିନ୍ତାର କାରଣ ପାଲଟିଥିଲା। ଫଳରେ ଗୁରୁବାର ଆଇସିୟୁକୁ ସିଲ କରିଦିଆଯାଇଥିଲା। ଆଇସିୟୁରେ କାମ କରୁଥିବା ୧୫ ଜଣ ସ୍ୱାସ୍ଥ୍ୟକର୍ମଚାରୀ, ୬ ଜଣ ସହାୟକ ଓ ରୁଟିନ ଡ୍ୟୁଟିରେ ଯାଉଥିବା ଡାକ୍ତରମାନଙ୍କ ଆଣ୍ଟିଜେନ ପରୀକ୍ଷା କରାଯାଇଥିବା ବେଳେ ସବୁ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି। ନେଗେଟିଭ ଆସିବା ସତ୍ୱେ ସମସ୍ତଙ୍କ କର୍ମଚାରୀମାନଙ୍କୁ ଆବାସିକ ସଙ୍ଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ଆଇସିୟୁକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ସିଲ କରାଯାଇଥିବା ଡାକ୍ତରଖାନା ଅଧିକ୍ଷକ ଡା. ମହେନ୍ଦ୍ର କୁମାର ନାଏକ ସୂଚନା ଦେଇଛନ୍ତି। ଆଇସିୟୁକୁ ସାନିଟାଇଜ କରାଯିବା ସହ ଅନ୍ୟ ସବୁ ପ୍ରକ୍ରିୟା ସରିବା ପରେ ପୁଣି ଆରମ୍ଭ କରାଯିବ ବୋଲି ସେ ନିଜ ପ୍ରତିକ୍ରୀୟାରେ କହିଛନ୍ତି। ପୂର୍ବରୁ ଡାକ୍ତରଖାନାର ଜଣେ ନର୍ସ, ଜଣେ ସହାୟକ ଓ ଜଣେ ଲୋବୋଟ୍ରି ଟେକନିସିଆନ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।

- Advertisement -

ଅନ୍ୟପକ୍ଷରେ ଗୁରୁବାର ଜିଲାରେ ୬ ଜଣ ରୋଗୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସରକାରୀ ସୂଚନା ଅନୁସାରେ ସହରର ପେଲେସ ଲାଇନ, ରାଧାରାଣୀପଡା ଓ ବ୍ରାହ୍ମଣପଡାରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଲୋଇସିଂହା ବ୍ଲକ ଝାରମୁଣ୍ଡା, ସଦର ବ୍ଲକ କୁଡାସିଂହାରେ ମଧ୍ୟ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories