www.samajalive.in
Monday, December 8, 2025
27.1 C
Bhubaneswar

କରୋନା ଯୋଦ୍ଧା : କର୍ତ୍ତବ୍ୟ ମମତାଠୁ ବଡ, ପ୍ରମାଣ କରିଛନ୍ତି ମହିଳା ହୋମଗାର୍ଡ ଚନ୍ଦ୍ରିକା ସିଂହ

ଝାରସୁଗୁଡ଼ା: କର୍ତ୍ତବ୍ୟ ଯେ, ମମତାଠୁ ବଡ଼ ଏହାକୁ ପ୍ରମାଣ କରିଛନ୍ତି ଝାରସୁଗୁଡା ଜିଲା ଲଇକେରା ଥାନାରେ କାର୍ଯ୍ୟ କରୁଥିବା ମହିଳା ହୋମଗାର୍ଡ ଚନ୍ଦ୍ରିକା ସିଂହ(୩୨)। ସେ ଏକା ସାଙ୍ଗରେ ନିଜର ୩ ମାସର ଛୁଆକୁ ସ୍ନେହ ଆଦର ଦେବା ସହ ନିଜର କର୍ତ୍ତବ୍ୟ ପାଳନ କରି ସାଜିଛନ୍ତି କରୋନା ଯୋଦ୍ଧା। ଜିଲାରେ ଲକ ଡାଉନ ନିୟମ ଯେପରି ଉଲଙ୍ଘନ ନ ହେବ ଏବଂ ଲୋକେ ଘରେ ରହି କରୋନା କବଳରୁ ରକ୍ଷା ପଇପାରିବେ, ସେଥିପାଇଁ ପ୍ରତିଦିନ ସେ ନିଜର ତିନି ମାସର ଛୋଟ ଛୁଆକୁ ସାଙ୍ଗରେ ନେଇ କାର୍ଯ୍ୟକୁ ଆସୁଛନ୍ତି। ଥାନାକୁ ଆସି ନିଜ କାମ କରିବା ସହ ଥାନା ଅଧିନରେ ଥିବା ବିଭିନ୍ନ ସ୍ଥାନରେ ଯେମିତି ଲକ ଡାଉନ ଉଲଙ୍ଘନ ନ ହେବ ସେଥିପାଇଁ ସେ ପାଟ୍ରୋଲିଂ କରିବା ସହ ଆବଶ୍ୟକସ୍ଥଳେ ଛକଗୁଡିକରେ ଜଗି ରହୁଛନ୍ତି। କର୍ତ୍ତବ୍ୟ ପାଳନ ଓ ଲୋକଙ୍କ ସୁରକ୍ଷା ପାଇଁ ନିଜର ମମତାକୁ ମଧ୍ୟ ବଳିଦାନକରୁଥିବା ଏହି କରୋନା ଯୋଦ୍ଧା ଚନ୍ଦ୍ରିକା ସିଂକୁ ଝାରସୁଗୁଡା ଜିଲା ଆରକ୍ଷୀ ଅଧିକାରୀ ଅଶ୍ୱନୀ କୁମାର ମହାନ୍ତିଙ୍କ ସହ ସମସ୍ତ ପୁଲିସ ଅଧିକାରୀ କର୍ମଚାରୀମାନେ ପ୍ରଶଂସା କରିଛନ୍ତି।

ଜିଲା ପୁଲିସର କର୍ତ୍ତବ୍ୟ ପାଇଁ ଏହି ପରି ତ୍ୟାଗକୁ ସମସ୍ତ କ୍ଷେତ୍ରରେ ସ୍ୱାଗତ କରାଯାଇଛି। ଏନେଇ ଆଜି ଝାରସୁଗୁଡ଼ା ଏସପି ନିଜେ ଚନ୍ଦ୍ରିକା ସିଂହଭଳି କରୋନା ଯୋଦ୍ଧାଙ୍କ ସଂପର୍କରେ ନିଜେ ଟ୍ବିଟ କରିଛନ୍ତି। ଏମିତି ଏକ ମହାନ କରୋନା ଯୋଦ୍ଧାଙ୍କୁ ସଲାମ ବୋଲି କହିଛନ୍ତି।

- Advertisement -

 

ଏହି ପରି ପୁଲିସ କର୍ମଚାରୀ ପାଇଁ ପୁଲିସ ଡିପାର୍ଟମେଣ୍ଟ ଗର୍ବିତ ବୋଲି ସେମାନେ କହିଛନ୍ତି। ଅନ୍ୟପଟେ ୩ ମାସର ଛୋଟ ଛୁଆର ଯତ୍ନ ଓ ଲକ ଡାଉନ ସମୟରେ ପୁଲିସର କର୍ତ୍ତବ୍ୟ ଉଭୟକୁ କିପରି ସୂଚାରୁ ରୁପେ ପାଳନ କରୁଛନ୍ତି ବୋଲି ଚନ୍ଦ୍ରିକାଙ୍କୁ ପଚାରିବାରୁ କହିଛନ୍ତି ମା ପାଇଁ ଶିଶୁର ଯତ୍ନ ଶିଶୁକୁ ସ୍ନେହ କରିବା ଯେତିକି ଆବଶ୍ୟକତା ଅଛି ଠିକ ସେତିକି କର୍ତ୍ତବ୍ୟ ଗୋଟିଏ ଝିଅର ନିଜ ମାତୃଭୂମି ଓ ଦେଶବାସୀଙ୍କ ପ୍ରତି ରହିଛି। ତେଣୁ ସେ ଶିଶୁର ଯତ୍ନ ନେବା ପାଇଁ ଦେଶର ଏହି ବିପତ୍ତି ସମୟରେ ନିଜର କର୍ତ୍ତବ୍ୟ ପାଳନକୁ ପଛରେ ପକାଇ ପରାରିବେ ନାହିଁ ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ସେ ଘରେ ଥିବା ସମୟରେ ନିଜ ଛୁଆକୁ ଗେଲ କରିବା, ଖୁଆଇବା, ଯତ୍ନନେବା ସବୁ କାର୍ଯ୍ୟ କରି ଥାଆନ୍ତି। ସେ କାର୍ଯ୍ୟକ୍ଷେତ୍ରକୁ ଆସିଲେ ତାଙ୍କ ମା ସାଙ୍ଗରେ ଆସି ଶିଶୁର ଯତ୍ନ ନିଅନ୍ତି ଏବଂ ସେ ନିୟମିତି ବ୍ୟବଧାନରେ ଶିଶୁକୁ କ୍ଷୀର ଖୁଆଇଥାନାନ୍ତି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ୩ ମାସର ଛୁଆକୁ ସାଙ୍ଗରେ ନେଇ କାର୍ଯ୍ୟ କ୍ଷେତ୍ରକୁ ଆସିବା ଏକ ମାଁ ପାଇଁ ନିହାତି କଷ୍ଟକର। ହେଲେ କରୋନା ମୁକାବିଲା ପାଇଁ ସମସ୍ତ ଦେଶ ଏକ ହୋଇ ସରକାର, ଡାକ୍ତର, ପ୍ରଶାସନିକ ଅଧିକାରୀ, ପୁଲିସ ବିଭାଗ କାର୍ଯ୍ୟ କରୁଥିବାବେଳେ ସେ ମଧ୍ୟ ନିଜର କର୍ତ୍ତବ୍ୟ ପାଳନ ପାଇଁ ଆଗେଇ ଆସିଛନ୍ତି ବୋଲି କହିଛନ୍ତି।

 

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories