କରୋନା ପ୍ରଭାବ : ଏଣିକି ଡ୍ରପ୍ ବକ୍ସ ଜରିଆରେ ହାଇକୋର୍ଟରେ ଦାୟର ହେବ ମାମଲା

କଟକ : କରୋନା କାଳରେ ହାଇକୋର୍ଟ ଏକ ନୂଆ ନିଷ୍ପତ୍ତି ନେଇଛନ୍ତି । ଅତି ଗୁରୁତ୍ତ୍ବପୂର୍ଣ୍ଣ ମାମଲା ଥିଲେ ଏଣିକି ଡ୍ରପ ବକ୍ସ ଜରିଆରେ ଲୋକମାନେ ହାଇକୋର୍ଟରେ ମାମଲା ଦାଏର କରିପାରିବେ । ସାମାଜିକ ଦୂରତା ବଜାୟ ରଖିବାକୁ ହାଇକୋର୍ଟ ପରିସରରେ ଏହି ଡ୍ରପ୍‌ ବକ୍ସ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । ସୋମବାର ହାଇକୋର୍ଟ ପରିସରରେ ଏହି ଡ୍ରପ ବକ୍ସ ବସିବ । ଦିନ ୧୦ଟାରୁ ୧ଟା ମଧ୍ୟରେ ବକ୍ସରେ ଆବେଦନକାରୀ କାଗଜପତ୍ର ଦେଇପାରିବେ । କିନ୍ତୁ କାହିଁକି ମାମଲାଟି ଗୁରୁତ୍ତ୍ବପୂର୍ଣ୍ଣ, ସେ ସମ୍ପର୍କରେ ଆବେଦନକାରୀଙ୍କୁ ଏକ ମେମୋ ପିଟିସନ କପି ସହ ଡ୍ରପ ବକ୍ସରେ ଦେବାକୁ ପଡିବ ବୋଲି ଜଣାପଡିଛି । ଡ୍ରପ ବକ୍ସ ଜରିଆରେ ପିଟିସନ ଦାଖଲ ବେଳେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ସହ ସବୁ ପ୍ରକାର କୋଭିଡ୍ କଟକଣାକୁ କଡାକଡି ପାଳନ କରିବା ପାଇଁ ଆବେଦନକାରୀଙ୍କୁ ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

prayash

କରୋନା କଟକଣା କାରଣରୁ ପୂର୍ବରୁ ହାଇକୋର୍ଟରେ ମାମଲାର ଇ-ଫାଇଲିଂ ପୋର୍ଟାଲ ଜରିଆରେ ଜାରି ରହିବ । ସେହିପରି ଇ-ମେଲ୍ ଯୋଗେ ଲୋକମାନେ [email protected] ମେଲ୍ ଆଇଡିରେ ପିଡିଏଫ୍ ଫର୍ମାଟରେ ମାମଲା ଦାଏର କରିପାରିବେ ବୋଲି ହାଇକୋର୍ଟଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

kalyan agarbati

Comments are closed.