www.samajalive.in
Saturday, December 6, 2025
26.1 C
Bhubaneswar

କରୋନା ସଚେତନତାରୁ ବହୁ ଦୂରରେ ସବୁଜ ହୀରାର ମୁଖ୍ୟ ବିନ୍ଧାଣୀ

କଣ୍ଟାମାଳ : ବିନା ପୁଞ୍ଜିର ବେପାର ତଥା ସବୁଜ ହୀରା ନାମରେ ସମଗ୍ର ପଶ୍ଚିମ ଓଡିଶାରେ କେନ୍ଦୁପତ୍ରର ଖ୍ୟାତି ରହିଥିବା ଏବଂ ଏହି ପତ୍ରର ଲାଭାଂଶରୁ ସିଂହଭାଗ ଅର୍ଥ ରାଜ୍ୟ ରାଜକୋଷକୁ ଯାଉଥିବା ବେଳେ ଏହି କେନ୍ଦୁପତ୍ର ବ୍ୟବସାୟର ମୁଖ୍ୟ କର୍ଣ୍ଣଧାର ସାଜୁଥିବା ଶ୍ରମିକମାନଙ୍କ ପ୍ରତି କେନ୍ଦୁପତ୍ର ବିଭାଗ ଯଥେଷ୍ଟ ଅବହେଳା କରୁଥିବା ଦେଖିବାକୁ ମିଳୁଛି। ସ୍ରଂପତି ବୌଦ୍ଧ ଜିଲ୍ଲାର ୮ ଗୋଟି ରେଞ୍ଜର ମୋଟ ୩୮୨ଟି ଫଡିଘରେ ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ କେନ୍ଦୁପତ୍ର ବନ୍ଧା ଚାଲିଥିବା ବେଳେ କୌଣସି ଫଡିଘରେ କୋଭିଡ କଟକଣାକୁ କାର୍ଯ୍ୟକାରୀ କରାଯାଉନଥିବା ଦେଖିବାକୁ ମିଳିଛି। ନିରୀହ କେନ୍ଦୁପତ୍ର ବନ୍ଧାଣୀମାନେ ନିଜ ପରିବାରକୁ ନେଇ ବିଭିନ୍ନ ଫଡିଘରେ ପତ୍ର ବାନ୍ଧୁଥିବା ବେଳେ ବିଭାଗ ପକ୍ଷରୁ କରୋନା ସଂକ୍ରମଣକୁ ନେଇ କୌଣସି ସଚେତନତା କରାଯାଉ ନଥିବା ହେତୁ ଶ୍ରମିକ କିମ୍ବା ତାଙ୍କ ପରିବାର ମଧ୍ୟରେ ନା ରହୁଛି ସାମାଜିକ ଦୂରତ୍ୱ ନାଁ ସେମାନଙ୍କ ପାଖରେ ଅଛି ମାସ୍କ। ଏଭଳି ସ୍ଥିତିରେ ଶ୍ରମିକମାନେ ଭାଗ୍ୟ ଓ ଭଗବାନଙ୍କୁ ଭରଷା କରି ସେମାନଙ୍କ କାର୍ଯ୍ୟ କରି ଚାଲୁଥିବା ବେଳେ ବିଭାଗ ଏଭଳି ମହମାରୀ ସମୟରେ ଶ୍ରମିକ ମାନଙ୍କ ସ୍ୱାର୍ଥ ପ୍ରତି ଗୁରୁତ୍ୱ ଦେଉନଥିବା ହେତୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories