www.samajalive.in
Sunday, December 7, 2025
23.1 C
Bhubaneswar

କରୋନା କଷଣ ସହିତ ଦାଉ ସାଧୁଛି ମରୁଡି ଚିନ୍ତା

ରେଙ୍ଗାଲି : ଗୋଟିଏ ପଟେ କରୋନା ଯୋଗୁଁ ଜୀବନ ଜୀବିକା ଠପ୍‍ ହୋଇ ପଡିଥିବା ବେଳେ ବର୍ଷାର ଲୁଚକାଳି ଖେଳ ଯୋଗୁଁ ନିଶ୍ଚତ ମରୁଡି ଆଶଙ୍କାରେ ଚିନ୍ତତି ଚାଷୀଙ୍କୁ ଏହା ବେଡି ଉପରେ କୋରଡା ସଦୃଶ କଷ୍ଟ ଦାୟକ ହୋଇ ପଡୁଛି। ଲଘୁଚାପ  ପାଣିପାଗ ସୂଚନା ରେଙ୍ଗାଲି ବ୍ଳକ୍‍ ପାଇଁ ସମ୍ପୂର୍ଣ୍ଣ ଫେଲ୍‍ ବୋଲି ପ୍ରମାଣିତ ହେଉଛି। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍‍ ର ୧୬ ଟି ପଞ୍ଚାୟତରେ ଗତ ଜୁଲାଇ ମାସରେ ଔଷଧ ସିଞ୍ଚନ କଲା ଭଳି ୧୨ ଦିନରେ ମାତ୍ର ୧୨.୪୮ ମିଲିମିଟର ବର୍ଷା ହୋଇଥିବା ବେଳେ ଚଳିତ ଅଗଷ୍ଟ ମାସରେ ୩ଦିନରେ ମାତ୍ର ୮ ମିଲିମିଟର ବର୍ଷା ହୋଇଥିବା କୃଷି ବିଭାଗ ସୁତ୍ରରୁ ପ୍ରାପ୍ତ ସୂଚନାରୁ ଜଣାପଡିଛି।

କାଁଭାଁ ବର୍ଷାକୁ ଛାଁଡି ଦେଲେ ଜୁଲାଇ ମାସ ସାରା ପ୍ରଚଣ୍ଡ ଖରା ଯୋଗୁଁ ବ୍ଳକର ବେର୍ଣା, ମାଳ ଏବଂ ଟିକ୍ରା ଜମିରେ ବୁଣା ଯାଇଥିବା ଧାନ ବେଉଷଣ ହୋଇ ପାରି ନଥିବା ବେଳେ ବର୍ଷାଭାବ ଯୋଗୁଁ ପହ୍ଲା ରୂଆ ମଧ୍ୟ ହୋଇ ନପାରି ଜମି ପଡିଆ ପଡିଛି। ବ୍ଳକର ଶତକଡା ୪୦ ଭାଗ ଜମିରେ ରୂଆ ଏବଂ ବେଉଷଣ କାମ ହୋଇପାରି ନଥିବା ବେଳେ ରୂଆ ବେଉଷଣ ହୋଇଥିବା ଶତକଡା ୬୦ ଭାଗ ଜମିର ଧାନ ଗଛ ବର୍ଷା ଅଭାବରୁ ମରିବାକୁ ବସିଲାଣି। ଖାଲୁଆ ବାହାଲ, ବେର୍ଣା ଜମିକୁ ଛାଡି ଦେଲେ ବାକି କୌଣସି କିସମ ଜମି ରେ ପାଣି ନାହିଁ।

- Advertisement -

ପାଣିପାଗ ସୂଚନାରେ ଲଘୁଚାପ ଗଣମାଧ୍ୟମରେ ପ୍ରଚାର ହୋଇ ପ୍ରବଳ ବର୍ଷା ହେବା ବୋଲି ଦିଆଯାଉଥିବା ସୂଚନା ରେଙ୍ଗାଲି ବ୍ଳକର ଚାଷୀ ମାନଙ୍କ ପାଇଁ ଲଲିପପ୍‍ ପାଟି ଯାଇଛି। ଲଘୁଚାପ କିମ୍ବା ୟେଲୋ ୱାର୍ଣ୍ଣିଂର ଟିକିଏ ବି ପ୍ରଭାବ ରେଙ୍ଗାଲି ବ୍ଳକ୍‍ ଅଞ୍ଚଳରେ ଦେଖିବାକୁ ମିଳୁନାହିଁ। କେବେ କେମିତି ଗାଁର ଏମୁଣ୍ଡ ଅଳ୍ପ ବର୍ଷା ହେଲେ ଶେଷ ମୁଣ୍ଡ ପଟେ ବର୍ଷାର ଦେଖାନାହିଁ। ସାଧାରଣତଃ ଜୁଲାଇ ଏବଂ ଅଗଷ୍ଟ ମାସରେ ଗାଁ ଦାଣ୍ଡ ପାଣି ଏବଂ କାଦୁଅରେ ପରିପୂର୍ଣ୍ଣ ହୋଇଥାଏ କିନ୍ତୁ ଚଳିତ ବର୍ଷା ଏହାର ପୁରା ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଗାଁ ଦାଣ୍ଡରେ ଧୂଳି ଉଡୁଛି। ଏତେ ଗରମ ଓ ଗୁଳଗୁଳି ହେଉଛି ଯେ ଫ୍ୟାନ୍‍ କୁଲର ନହେଲେ ଘରେ ରହି ହେଉନାହିଁ।

ଗତ କିଛି ବର୍ଷ ହେଲା ଋତୁଚକ୍ର ବ୍ୟାପକ ପରିବର୍ତ୍ତନ ହେବା ଯୋଗୁଁ ପରିବେଶ ସନ୍ତୁଳନ ବିପର୍ଯ୍ୟସ୍ତ ହେବା ଫଳରେ ଯେତେବେଳେ ଅବଶ୍ୟକ ନାହିଁ ସେତେବେଳେ ଅକାରଣରେ ପ୍ରବଳ ବର୍ଷା ହେଉଛି। ଚଳିତ ବର୍ଷ ମଇ ଜୁନ୍‍ ରେ ଅହେତୁକ ଭାବରେ ଆଶାତୀତ ବର୍ଷା ହୋଇ ଥିବା ବେଳେ ଛାଷୀ ଏବଂ ଚାଷ ପାଇଁ ଗୁରୁତ୍ୱ ବହନ କରୁଥିବା ଜୁଲାଇ ମାସରେ ମାତ୍ର ୧୨.୪୮ ମିଲିମିଟର ବର୍ଷା ହେବା ଚାଷୀ ଏବଂ ଚାଷ ପାଇଁ ବିଷମ ସଙ୍କଟ ସୃଷ୍ଟି କରିଛି। ପାଣିପାଗର ଏଭଳି ଅହେତୁକ ତଥା ଆଶ୍ଚର୍ଯ୍ୟ ଜନକ ପରିବର୍ତ୍ତନରେ ଚାଷୀମାନଙ୍କ ଗଣିତ ଫେଲ୍‍ ମାରିଯାଉଛି। ମରୁଡି ଆଶଙ୍କାରେ ଚାଷୀମାନେ ହତାସ୍‍ ହୋଇପଡିଛନ୍ତି।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories