www.samajalive.in
Monday, December 8, 2025
13.1 C
Bhubaneswar

ଘରେ ତିଆରି କରନ୍ତୁ କର୍ଣ୍ଣ ଚାଟ୍

ବଜାରରୁ ଆସିଥିବା ଖାଦ୍ୟପୁଡ଼ିଆଟି ପାଟିକୁ ବେଶୀ ସୁଆଦିଆ ଲାଗେ, ଏଇ କଥାଟିକୁ କେହି ଅସ୍ବୀକାର କରିବେନାହିଁ। ହେଲେ ସ୍ବାସ୍ଥ୍ୟ ପାଇଁ ଏହା ଯେ କ୍ଷତିକାରକ, ତାହା ମଧ୍ୟ ଜାଣିବା ଦରକାର। ଘରେ ମଧ୍ୟ ବିଭିନ୍ନ ପ୍ରକାର ଫାଷ୍ଟଫୁଡ୍ ଓ ଚାଟ୍ ଇତ୍ୟାଦି ତିଆରି କରିପାରିବେ, ସ୍ବାଦରେ ଫରକ୍ ଆସିବ କିନ୍ତୁ ସମୟକ୍ରମେ ଆପଣ ବି ରାନ୍ଧୁଣିଆ ହୋଇଯିବେ। ଆଜିକାଲି ରେସ୍ତୋରାଁ ସହ ରାସ୍ତା କଡ଼ ଠେଲାରେ ଗ୍ରାହକଙ୍କ ପ୍ରଥମ ପସନ୍ଦ ପାଲଟିଛି କର୍ଣ୍ଣ ଚାଟ୍, ଏଇ କର୍ଣ୍ଣ ଚାଟ୍‌କୁ ବାହାରୁ କିଣି ଖାଇବା ପରିବର୍ତ୍ତେ ଘରେ ତିଆରି କରି ସପରିବାର ଖାଆନ୍ତୁ।

ପ୍ରସ୍ତୁତି ପ୍ରଣାଳୀ: ସବୁଜ ମଟରକୁ ଚୋପା ଛଡ଼ାଇ ଅଧ କପ୍ ରଖିବେ, ବଜାରରେ ମିଳୁଥିବା ପ୍ୟାକେଟ୍ କର୍ଣ୍ଣକୁ ଆଣି ଅଧ କପ୍ ବାହାର କରିବେ। ମଟର, କର୍ଣ୍ଣକୁ ମିଶାଇ ୧୦ ମିନିଟ୍ ସିଝାଇନେବେ। ଏବେ ଚୁଲାରେ ପ୍ୟାନ୍ ବସାଇ ଗରମ କରିବେ। ସେଥିରେ ତେଲ ୨ଚାମଚ ପକାଇ ଅଧ ଚାମଚ ଜୀରା ମିଶାଇବେ, ଭଲରେ ଫୁଟିବା ପରେ କଟା ପିଆଜ ୨ବଡ଼ ଚାମଚ ପକାଇବେ। ୨ ମିନିଟ୍ ଭାଜି ହେବା ପରେ ମଟର ଓ କର୍ଣ୍ଣ ମିଶାଇ କଟା କଞ୍ଚା ଲଙ୍କା, ଲୁଣ ସ୍ବାଦୁନାସାରେ, ଅଧ ଚାମଚ ଚିନି ମିଶାଇବେ। ଭଲରେ ଏସବୁକୁ ମିଶ୍ରଣ କରି ଏବେ ଅଧ ଚାମଚ ଚାଟ୍ ମସଲା, ଅଧ ଚାମଚ ଲଙ୍କା ଗୁଣ୍ଡ ପକାଇବେ। ଶେଷରେ ଚୁଲା ବନ୍ଦ କରି ଲେମ୍ବୁ ଫାଳେ ଚିପୁଡ଼ିବେ ଓ ଚୂନାଚୂନା କଟା ଧନିଆ ପତ୍ର ଅଳ୍ପ ମିଶାଇବେ। ଗରମାଗରମ କର୍ଣ୍ଣ ଚାଟ୍ ପ୍ରସ୍ତୁତ, ସପରିବାର ମିଶି ଏଇ ଚାଟ୍ ଖାଇ ମଜା ନିଅନ୍ତୁ।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories