କମୁଛି ଆକ୍ରାନ୍ତଙ୍କ ସଂଖ୍ୟା : ୬୬୮ ନୂଆ ଆକ୍ରାନ୍ତ ଚିହ୍ନଟ
ସ୍ଥାନୀୟ ଅଞ୍ଚଳରୁ ୨୮୩ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଧିରେ ଧିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ଦେଖାଯାଉଛି। ଗତ କିଛିଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ତଳେ ରହିଛି। ଏହାସହ ସ୍ଥାନୀୟ ସଂକ୍ରମଣ ମଧ୍ୟ ହ୍ରାସ ପାଉଛି। ୨୪ ଘଣ୍ଟାରେ ୬୬୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୩୮୫ ଓ ସ୍ଥାନୀୟ ଅଞ୍ଚଳରୁ ୨୮୩ ଚିହ୍ନଟ ହୋଇଛନ୍ତି । ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୪,୬୨୯ରେ ପହଞ୍ଚିଛି। ୩,୦୫,୮୧୩ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭,୧୦୬ ସକ୍ରିୟ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Covid-19 Report For 22nd November
New positive Cases: 668
In quarantine: 385
Local contacts: 283(Details of local contacts will be shared by concerned District Administration)
District Wise Cases:
1. Angul: 46
2. Balasore: 38
3. Bargarh: 18
4. Bhadrak: 15
5. Balangir: 28— I & PR Department, Odisha (@IPR_Odisha) November 23, 2020
22. Nawarangpur: 9
23. Nayagarh: 8
24. Nuapada: 68
25. Puri: 23
26. Rayagada: 2
27. Sambalpur: 25
28. Sundargarh: 55
29. State Pool: 12New recoveries: 905
Cumulative tested: 5604532
Positive: 314629
Recovered: 305813
Active cases: 7106— I & PR Department, Odisha (@IPR_Odisha) November 23, 2020
୩୦ ଜିଲାରୁ ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ନୂଆପଡ଼ାରୁ ସର୍ବାଧିକ ୬୮ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୫୬ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୪୬, ବାଲେଶ୍ୱର ୩୮, ବରଗଡ଼ ୧୮, ଭଦ୍ରକ ୧୫, ବଲାଙ୍ଗୀର ୨୮, ବୌଦ୍ଧ ୭, କଟକ ୩୭, ଦେଓଗଡ଼ ୨, ଢେଙ୍କାନାଳ ୬, ଗଜପତି ୪, ଗଞ୍ଜାମ ୧୨, ଜଗତସିଂହପୁର ୨୫, ଯାଜପୁର ୧୮, ଝାରସୁଗୁଡ଼ା ୨୩, କଳାହାଣ୍ଡି ୧୧, କନ୍ଧମାଳ ୩, କେନ୍ଦ୍ରାପଡ଼ା ୨୧, କେନ୍ଦୁଝର ୩୮, ମାଲାକାନଗିରି ୮, ମୟୁରଭଞ୍ଜ ୫୦, ନବରଙ୍ଗପୁର ୯, ନୟାଗଡ଼ ୮, ପୁରୀ ୨୩, ରାୟଗଡା ୨, ସମ୍ବଲପୁର ୨୫, ସୁନ୍ଦରଗଡ଼ ୫୫, ଷ୍ଟେଟ ପୁଲରୁ ୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Comments are closed.