www.samajalive.in
Monday, December 8, 2025
13.1 C
Bhubaneswar

ହ୍ରାସ ପାଉଛି ସ୍ଥାନୀୟ ଆକ୍ରାନ୍ତ ; ନୂଆ ଆକ୍ରାନ୍ତ ୬୪୨

ଭୁବନେଶ୍ୱର : ରାଜ୍ୟରେ କିଛିଦିନ ହେବ ଲଗାତାର ହଜାରେ ତଳେ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ୬୪୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟ ହ୍ରାସ ପାଉଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସ୍ଥାନୀୟ ଆକ୍ରାନ୍ତ ୨୬୮, ସଙ୍ଗରୋଧ କେନ୍ଦ୍ରରୁ ୩୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୫,୨୭୧ରେ ପହଞ୍ଚିଛି। ୩,୦୬,୭୨୬ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬ ହଜାର ୮୨୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

- Advertisement -


ରାଜ୍ୟରେ ୩୦ ଜିଲାରୁ ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତ ମଧ୍ୟରେ କେନ୍ଦୁଝରରୁ ସର୍ବାଧିକ ୭୦ , ନୂଆପଡ଼ା ୬୯, ସୁନ୍ଦରଗଡ଼ ୬୬, ଖୋର୍ଦ୍ଧାରୁ ୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୪୬, ବାଲେଶ୍ୱର ୨୫, ବରଗଡ ୧୫, ଭଦ୍ରକ ୨୦, ବଲାଙ୍ଗୀର ୧୬, ବୌଦ୍ଧ ୩, କଟକ ୨୬, ଦେଓଗଡ ୪, ଢେଙ୍କାନାଳ ୧୬, ଗଜପତି ୨, ଗଞ୍ଜାମ ୬, ଜଗତସିଂହପୁର ୧୮, ଯାଜପୁର ୧୫, ଝାରସୁଗୁଡ଼ା ୨୧, କଳାହାଣ୍ଡି ୭, କନ୍ଧମାଳ ୩, କେନ୍ଦ୍ରାପଡ଼ା ୧୬, କେନ୍ଦୁଝର ୭୦, କୋରାପୁଟ ୧୦, ମାଲାକନଗିରି ୪, ମୟୁରଭଞ୍ଜ ୪୧, ନବରଙ୍ଗପୁର ୪, ନୟାଗଡ ୨, ପୁରୀ ୧୭, ରାୟଗଡ଼ା ୫, ସମ୍ବଲପୁର ୧୯, ସୋନପୁର ୨, ଷ୍ଟେଟ ପୁଲରୁ ୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories