www.samajalive.in
Monday, December 8, 2025
14.1 C
Bhubaneswar

ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ଟ୍ରେନ୍ ଟିକେଟ୍ ମୂଲ୍ୟ ବହନ କରିବ କଂଗ୍ରେସ

ନୂଆଦିଲ୍ଲୀ : କରୋନା ପାଇଁ ସମଗ୍ର ଦେଶ ଲକ୍ ଡାଉନ ହୋଇ ରହିଛି । ଏହାରି ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଫଶିରହିଛନ୍ତି । ଦେଶର ବିଭିନ୍ନ ରାଜ୍ୟରେ ଫଶି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ନିଜ ନିଜ ରାଜ୍ୟକୁ ପଠାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି । ପ୍ରବାସୀ ଶ୍ରମିକମାନଙ୍କ ଘରବାହୁଡା ପାଇଁ ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍ ଚଳାଚଳ କରୁଛି , କିନ୍ତୁ ସ୍ବତନ୍ତ୍ର ଶ୍ରମିକ ଟ୍ରେନରେ ଯାତ୍ରା କରୁଥିବା ଶ୍ରମିକମାନଙ୍କୁ ଭଡା ଦେବାକୁ ପଡୁଛି । ଯାହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ । ସେମାବାର ଏକ ବିବୃତ୍ତି ଜାରି କରି ସୋନିଆ କହିଛନ୍ତି କେନ୍ଦ୍ର ସରକାର ବିଦେଶରେ ଥିବା ଲୋକମାନଙ୍କୁ ମାଗଣାରେ ବିମାନରେ ଭାରତ ଆଣିଲେ କିନ୍ତୁ ଦେଶର ବିଭନ୍ନ ରାଜ୍ୟରେ ଫଶି ରହିଥିବା ଶ୍ରମିକମାନଙ୍କ ପାଖରୁ ଟ୍ରେନ ଯାତ୍ରା ପାଇଁ ଭଡା ନେଉଛନ୍ତି । ଏଭଳି ପରିସ୍ଥିତିରେ ସମସ୍ତ ରାଜ୍ୟ କଂଗ୍ରେସ କମିଟି ନିଜ ନିଜ ରାଜ୍ୟକୁ ଫେରୁଥିବା ଶ୍ରମିକଙ୍କ ଟ୍ରେନ୍ ଟିକେଟ ମୂଲ୍ୟ ବହନ କରିବେ ବୋଲି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଘୋଷଣା କରିଛନ୍ତି ।

କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏକ ବିବୃତ୍ତି ଦେଇ କହିଛନ୍ତି, ’ ଶ୍ରମିକମାନେ ଦେଶର ମେରୁଦଣ୍ଡ । ସେମାନଙ୍କ କଠିନ ପରିଶ୍ରମ ଏବଂ ବଳିଦାନ ହେଉଛି ରାଷ୍ଟ୍ର ନିର୍ମାଣର ମୂଳଦୁଆ । ଏଭଳି ଲକ୍ ଡାଉନ ସମୟରେ କାମ ବନ୍ଦ ରହିବା ସହ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇ ଲକ୍ଷ ଲକ୍ଷ ଶ୍ରମିକ ଘରକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି । ୧୯୪୭ ର ବିଭାଜନ ପରେ ଦେଶ ପ୍ରଥମ ଥର ପାଇଁ ଏକ ଆଶ୍ଚର୍ୟ୍ୟଜନକ ଦୃଶ୍ୟ ଦେଖିଲା ଯେଉଁଥିରେ ବହୁ ଶ୍ରମିକ ଶହ ଶହ କିଲୋମିଟର ଚାଲି ଘରକୁ ଫେରିବାକୁ ବାଧ୍ୟ ହୋଇଥିଲେ।

- Advertisement -

ସୋନିଆ ଗାନ୍ଧୀ କହିଛନ୍ତି, ’ବିଭିନ୍ନ ରାଜ୍ୟରେ ଫଶି ରହିଥିବା ଶ୍ରମିକମାନଙ୍କ ପାଖରେ ଅର୍ଥ ଅଭାବ, ମେଡିସିନ, ରାସନ ସମାଗ୍ରୀର ଅଭାବ ଥିବା କାରଣରୁ ନିଜ ପରିବାର ପାଖକୁ ଫେରିଯିବାପାଇଁ ଚାହୁଁଛି । ଏପରି ପରିସ୍ଥିତିରେ ସରକାର ଶ୍ରମିକମାନଙ୍କ ପ୍ରତି ଥିବା ନିଜ କର୍ତ୍ତବ୍ୟକୁ ଭୁଲି ଯାଉଛନ୍ତି । ଆଜି ବି ଦେଶର ବିଭିନ୍ନ କୋଣରେ ଲକ୍ଷ ଲକ୍ଷ ଶ୍ରମିକ ଘରକୁ ଫେରିବାକୁ ଚାହୁଁଛନ୍ତି କିନ୍ତୁ ସେମାନଙ୍କ ପାଖରେ ସମ୍ବଳ ନଥିବା କାରଣୁ ଫେରିପାରୁ ନାହାନ୍ତି । ଏଇଥି ପାଇଁ କଂଗ୍ରେସ ଦେଶର ବିଭିନ୍ନ ରାଜ୍ୟରୁ ନିଜ ରାଜ୍ୟକୁ ଫେରିବାକୁ ଥିବା ସମସ୍ତ ଶ୍ରମିକଙ୍କ ଟ୍ରେନ ଟିକେଟ ମୂଲ୍ୟ ବହନ କରିବ ବୋଲି ନିଷ୍ପତ୍ତି ନେଇଥିବା ସୋନିଆ ଗାନ୍ଧୀ କହିଛନ୍ତି ।

ସୋନିଆ ଗାନ୍ଧୀ ଆହୁରୀ ମଧ୍ୟ କହିଛନ୍ତି ଭାରତୀୟ ଜାତୀୟ କଂଗ୍ରେସ ବାରମ୍ବାର ଶ୍ରମିକ ମାନଙ୍କ ପାଇଁ ମାଗଣା ଟ୍ରେନ୍ ଯାତ୍ରା ପାଇଁ ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଛି, କିନ୍ତୁ ଦୁର୍ଭାଗ୍ୟବଶତଃ ନା ସରକାର ନା ରେଳ ମନ୍ତ୍ରଣାଳୟ କେହି ଶୁଣିଲେ ନାହିଁ। ତେଣୁ ଭାରତୀୟ ଜାତୀୟ କଂଗ୍ରେସ ନିଷ୍ପତ୍ତି ନେଇଛି ଯେ ରାଜ୍ୟ କଂଗ୍ରେସ କମିଟିର ପ୍ରତ୍ୟେକ ୟୁନିଟ୍ ପ୍ରତ୍ୟେକ ଅଭାବୀ ଶ୍ରମିକଙ୍କ ଘରକୁ ଫେରିବା ପାଇଁ ଟ୍ରେନ୍ ଯାତ୍ରାର ଟିକେଟ୍ ମୂଲ୍ୟ ବହନ କରିବେ ଏବଂ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ । ଶ୍ରମିକମାନଙ୍କ ଏହି ଅସୁବିଧା ସମୟରେ ସେମାନଙ୍କ କାନ୍ଧକୁ କାନ୍ଧ ମିଶାଇ ଏହି ମାନବ ସେବା ସଂକଳ୍ପରେ କଂଗ୍ରେସ ସାମିଲ ହେବ ବୋଲି ସୋନିଆ ଗାନ୍ଧୀ କହିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories