www.samajalive.in
Saturday, December 6, 2025
26.1 C
Bhubaneswar

୨୦୨୪ରେ କ୍ଷମତାକୁ ଫେରିବ କଂଗ୍ରେସ : ଚେଲାକୁମାର

ଭୁବନେଶ୍ୱର: ନବ ନିଯୁକ୍ତ କଂଗ୍ରେସର ଓଡ଼ିଶା ପ୍ରଭାରୀ ସାଂସଦ ଡ. ଏ.ଚେଲା କୁମାରଙ୍କୁ ବୁଧବାର ପୂର୍ବାହ୍ଣରେ ପ୍ରଦେଶ କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦଳର ବିଧାୟକ, ସାଂସଦ ଓ ନେତାଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ଓଡ଼ିଶାକୁ ୬ ଦିନିଆ ଗସ୍ତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ଚେଲା କୁମାର କହିଛନ୍ତି ଯେ ୨୦୨୪ ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଫେରିବ । ଦଳକୁ ଶୃଙ୍ଖଳିତ ଓ ସଂଗଠନକୁ ସୁଦୃଢ କରିବା ଦିଗରେ ଧ୍ୟାନ ଦିଆଯିବ । ଦଳର ସବୁ ବର୍ଗର ନେତାଙ୍କ ସହିତ ଆଲୋଚନା କରିବେ । ରାଜ୍ୟରେ ହେବାକୁ ଥିବା ଉପ ନିର୍ବାଚନରେ ସବୁ ଦିଗରୁ ଆଲୋଚନା କରାଯାଇ ଉପଯୁକ୍ତ ଦଳୀୟ ପ୍ରାର୍ଥୀ ଦିଆଯିବ ବୋଲି କଂଗ୍ରେସ ପ୍ରଭାରୀ ଶ୍ରୀ ଚେଲା କୁମାର କହିଛନ୍ତି।

ବୁଧବାର କଂଗ୍ରେସ ଭବନଠାରେ ଡ. କୁମାରଙ୍କୁ ପିସିସି ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବା କାର୍ଯ୍ୟକ୍ରମରେ ଯୋଗଦେବାକୁ ଦଳର ବରିଷ୍ଠ ନେତାଙ୍କ ଭିଡ ଦେଖିବାକୁ ମିଳିଥିଲା। ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସମେତ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ତାରାପ୍ରସାଦ ବାହିନୀପତି,ବିଧାୟକ ସନ୍ତୋଷ ସିଂ ସାଲୁଜା, ବିଧାୟକ ସୁରେଶ କୁମାର ରାଉତରାୟ, ବିଧାୟକ ରମେଶ ଜେନା, ଅଧୀରଞ୍ଜନ ପାଣିଗ୍ରାହୀ, ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି, ସାଂସଦ ସପ୍ତଗିରି ଉଲ୍ଲକା, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ,ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ସାଂସଦ ତଥା ଦଳର ବରିଷ୍ଠ ନେତା ଭକ୍ତ ଚରଣ ଦାସ, ପୂର୍ବତନ ସାଂସଦ ଡ. ରାମଚନ୍ଦ୍ର ଖୁଣ୍ଟିଆ, ଅନନ୍ତ ପ୍ରସାଦ ​‌େ​‌ସଠୀ, ବିଜୟଲକ୍ଷ୍ମୀ ସାହୁ ପ୍ରମୁଖ ଉପସ୍ଥିତ ରହି ପ୍ରଭାରୀ ଶ୍ରୀ ଚେଲାକୁମାରଙ୍କ ସହିତ ଆଲୋଚନା କରିଥିଲେ। ଅପରାହ୍ଣ ୪ ରୁ ୬ ଘଟିକା ପର୍ଯ୍ୟନ୍ତ ରାଜ୍ୟ କଂଗ୍ରେସର ପ୍ରାକ୍ତନ ସଭାପତି, ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ, ପ୍ରାକ୍ତନ ବିରୋଧୀଦଳ ନେତା, ପ୍ରାକ୍ତନ ଜିଲା କଂଗ୍ରେସ କମିଟି ସଭାପତି, ସାଂସଦ ଓ ବିଧାୟକ ପ୍ରାର୍ଥୀମାନଙ୍କ ସହିତ ସାକ୍ଷାତ ମଧ୍ୟ ଆଲୋଚନା କରିଥଲେ। ପୂର୍ବତନ ବିଧାୟକ ଦେବ ଶର୍ମା ପିସିସି ପରିବର୍ତ୍ତନ ଆବଶ୍ୟକତା ରହିଛି ବୋଲି କହିଥିଲେ। ସନ୍ଧ୍ୟାରେ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ ଆୟୋଜିତ ବିଧାୟକ ଦଳ ବୈଠକରେ ଡ. କୁମାର ଯୋଗ ଦେଇଥିବା ବେଳେ ୪ ଜଣ ବିଧାୟକ ଅନୁପସ୍ଥିତ ଥିଲେ। ପ୍ରଭାରୀ ଚେଲା କୁମାରଙ୍କ ଆଗମନରେ କଂଗ୍ରେସ ଭବନ ଆଗରେ ନେତା ଓ କର୍ମୀଙ୍କ ଗହଳି ଦେଖିବାକୁ ମିଳିଥିଲା ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories