ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ କଂଗ୍ରେସର ବଡ ଘୋଷଣା। କଂଗ୍ରେସ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଓ ଆରଏଲଡି ପାଇଁ ୭ଟି ସିଟ୍ ଛାଡିବା ନେଇ ଘୋଷଣା କରାଯାଇଛି। ପୂର୍ବରୁ ସପା-ବିଏସପି ମେଣ୍ଟ ଉତ୍ତରପ୍ରଦେଶେରେ ଦୁଇଟି ଆସନ ଛାଡିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପ୍ରଦେଶ ଅଧ୍ୟକ୍ଷ ରାଜବବରଙ୍କ କହିବା ଅନୁସାରେ ଏହି ୭ଟି ଆସନରେ କଂଗ୍ରେସ ନିଜର ପାର୍ଥୀ ପ୍ରଦାନ କରିବ ନାହିଁ। ଏହି ୭ଟି ଆସନ ମଧ୍ୟରେ ସମାଜବାଦୀ ପାର୍ଟି ଗଡ କୁହାଯାଉଥିବା ମୌନପୁରୀ, କୌନଜ ଓ ଫିରୋଜାବାଦ ଆସନ ରହିଛି। ଏହାବ୍ୟତୀତ ମାୟାବତୀ, ଅଜିତ ସିଂହ ଓ ଜୟନ୍ତ ଚୌଧୁରୀଙ୍କ ଆସନ ମଧ୍ୟ ପାର୍ଥୀ ଦିଆଯିବ ନାହିଁ।
ଅପନା ଦଳ ପାଇଁ ୨ଟି ସିଟ୍ :
ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ରାଜବବରଙ୍କ କହିବା ଅନୁସାରେ ଅପନା ଦଳ ପାଇଁ ଦୁଇ ଆସନରେ ପାର୍ଥୀ ଦିଆଯିବ ନାହିଁ। ଗୋଁଡା ଓ ପିଲଭିତ ଏହି ଦୁଇଟି ଆସନ ପାଇଁ ପାର୍ଥୀ ଦିଆଯିବ ନାହିଁ।
ଜନ ଅଧିକାର ପାର୍ଟି ସହ ମେଣ୍ଟ :
ଏହସହ କଂଗ୍ରେସ ଜନ ଅଧିକାର ପାର୍ଟି ସହ ୭ଟି ସିଟରେ ମେଣ୍ଟ ହୋଇଥିବା ସୂଚନା ଦେଇଛନ୍ତି। ୫ଟି ସିଟରେ ଜନ ଅଧିକାର ପାର୍ଟି ଓ ୨ଟି ସିଟରେ କଂଗ୍ରେସ ଲଢିବାକୁ ନିଷ୍ପତ୍ତି ଦିଆଯାଇଛି। ଏହାସହ କଂଗ୍ରେସ ମହାନ ଦଳ ସହ ନିର୍ବାଚନୀ ମେଣ୍ଟ କରିବାକୁ ଯାଉଥିବା ଜଣାପଡିଛି।
ୟୁପିରେ ସପା-ବିଏସପି-ଆରଏଲଡି ପାଇଁ ୭ଟି ଆସନ ଛାଡିବ କଂଗ୍ରେସ
Popular Categories



