www.samajalive.in
Monday, December 8, 2025
20.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କୁ ପୁଣି ଚୋର କହିଲେ କଂଗ୍ରେସ ଆଇଟି ସେଲ୍‍ ମୁଖ୍ୟ

ନୂଆଦିଲ୍ଲୀ : ରାଫେଲ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଚୋର’ ବୋଲି ଟ୍ୱିଟରରେ ଆକ୍ଷେପ କରି ରାଜଦ୍ରୋହ ମାମଲାରେ ଫସିଥିବା କଂଗ୍ରେସ ସୂଚନା ଓ ପ୍ରଯୁକ୍ତି ପ୍ରକୋଷ୍ଠ (ଆଇଟି ସେଲ୍‍) ମୁଖ୍ୟ ଦିବ୍ୟା ସ୍ପନ୍ଦନା(ରମ୍ୟା) ପୁନର୍ବାର ମୋଦୀଙ୍କୁ ସମାନ ଭାଷାରେ ଆକ୍ରମଣ କରିଛନ୍ତି। ବୁଧବାର ରମ୍ୟାଙ୍କ ନାମରେ ଲକ୍ଷ୍ନୌର ସୟଦ ରିଜୱାନ୍‍ ଅହମଦ ନାମକ ବ୍ୟକ୍ତି ସ୍ଥାନୀୟ ଥାନାରେ ଏତଲା ଦାୟର କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ପଦମର୍ଯ୍ୟାଦା କ୍ଷୁର୍ଣ୍ଣ ହୋଇଥିବା ଦର୍ଶାଇ ସେ ତାଙ୍କ ବିରୋଧରେ ରାଜଦ୍ରୋହ ଅଭିଯୋଗ ଆଣିଥିଲେ। ଏହାର ପ୍ରତିକ୍ରିୟାରେ ରମ୍ୟା ‘ହଉ, ଠିକ୍‍ ଅଛି’ ବୋଲି ହାଲ୍‍କା ପ୍ରତିକ୍ରିୟା ପ୍ରକାଶ କରିଥିଲେ ମଧ୍ୟ ଗୋଟିଏ ଦିନ ବ୍ୟବଧାନରେ ଗୁରୁବାର ପୁନର୍ବାର ‘ମୋଦି ଚୋର ହୈ’ ବୋଲି ଟ୍ୱିଟ୍‍ କରିଛନ୍ତି। ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତ୍ରୀ ଭାବେ ରାଜନୀତିକୁ ଆସିଥିବା ୩୬ବର୍ଷୀୟା ରମ୍ୟା ସଦ୍ୟ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଟଗ୍‍ସ ଅଫ ହିନ୍ଦୁସ୍ଥାନ’ରେ ଅମୀର ଖାଁଙ୍କ କଥିତ ‘ଧୋକା ସ୍ୱଭାବ ହୈ ମେରା’କୁ ଉଦ୍ଧାର କରି ରମ୍ୟା ‘ପିଏମ୍‍ ମୋଦୀ ଟୁ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ’ ଶୀର୍ଷକରେ ଏଭଳି ଉଲ୍ଲେଖ କରିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories