www.samajalive.in
Saturday, December 6, 2025
26.1 C
Bhubaneswar

ମମିତା ମେହେର ହତ୍ୟା ମାମଲାରେ ନ୍ୟାୟ ଦାବୀ ଓ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଗଣଧାରଣା

କଲମପୁର: କଲମପୁର ସମିତି କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସମିତି ଅଧ୍ୟକ୍ଷ ବିପିନ ପ୍ରଧାନୀ, ବ୍ଲକ ଯୁବ କଂଗ୍ରେସ ସଭାପତି ମାଧବ ସୁନାନୀ, ଗଣେଷ ନାଗଙ୍କ ନେତୃତ୍ୱରେ ମମିତା ମେହେର ହତ୍ୟାର ନ୍ୟାୟ ଦାବୀ ସହ ପେଟ୍ରୋଲ ଡିଜେଲ ଓ ରନ୍ଧନ ଗ୍ୟାସର ଦର ବୃଦ୍ଧିର ପ୍ରତିବାଦରେ ଗଣଧାରଣା ଦିଆଯାଇଛି। ଏଥିେରେ ଉଭୟ ବିଜେଡି ନେତୃତ୍ୱାଧୀନ ରାଜ୍ୟ ସରକାର ଓ ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କ ଗରୀବ ମାରଣ ନିତୀକୁ ସମାଲୋଚନା କରାଯାଇଥିଲା। ବିଶେଷ କରି ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଦର ଦାମ ବୃଦ୍ଧି ଯୋଗୁଁ ଶ୍ରମିକ, କୃଷକ, ମଧ୍ୟବିତ ଓ ଗରୀବ ସନ୍ତୁଳିତ ହେଉଛନ୍ତି। ସେମାନଙ୍କ ଜୀବନ ଧାରଣ ଦୁର୍ବିସହ ହୋଇପଡିଛି। ସେହିଭଳି କଳାହାଣ୍ଡିର ବହୁ ଚର୍ଚ୍ଚିତ ମହାଲିଙ୍ଗ ସନ୍‍ ସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାର ତଦନ୍ତରେ ନିରପେକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମମିତା ମେହେରକୁ ନ୍ୟାୟ ଦେବାକୁ ହେଲେ ଏଥିରେ ସମ୍ପୃକ୍ତ ଥିବା ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରିବା ପାଇଁ ଦାବୀ କରାଯାଇଛି।

ଏହି ଧାରଣାରେ ବର୍ତମାନ ଖରିଫ ଧାନ ଅମଳ ହେଇ ସାରିଥିଲେ ମଧ୍ୟ ଟୋକନ ଦେବାରେ ବିଳମ୍ବ ଯୋଗୁଁ ଚାଷୀ ଅସନ୍ତୋଷ ବୃଦ୍ଧି ପାଉଛି ଓ ସଠିକ ଟୋକନ ଦେଇ ଚାଷୀଙ୍କ ଧାନ ଖରିଦରେ କଟନୀ ଛଟନୀ ବନ୍ଦ କରିବା ପାଇଁ ଦାବି କରିଥିଲେ। ଏଥିରେ ବ୍ଲକ କଂଗ୍ରେସ କମିଟିର ବରିଷ୍ଠ ସଭ୍ୟ ଜଗନ୍ନାଥ ନାଏକ, ପବିତ୍ର ବାଗ, ପଦ୍ମଲୋଚନ ନାଏକ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଏଥିରେ ବରିଷ୍ଠ କଂଗ୍ରେସ ନେତା କଲମପୁର ପ୍ରଭାରୀ ସନ୍ତୋଷ କୁମାର ପାଢୀ ଗଣଧାରଣାରେ ସାମିଲ ହେଇ ମାର୍ଗ ଦର୍ଶନ କରିଥିଲେ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories