www.samajalive.in
Wednesday, December 10, 2025
26.1 C
Bhubaneswar

ଡେନମାର୍କ ମହିଳାଙ୍କୁ ସେନା ଚାକିରି ବାଧ୍ୟତାମୂଳକ

କୋପେନହେଗେନ: ଲିଙ୍ଗଗତ ସମାନତାକୁ ଗୁରୁତ୍ବ ଦେବା ପୂର୍ବକ ଡେନମାର୍କ ଏହାର ମହିଳା ନାଗରିକଙ୍କ ପାଇଁ ସେନାରେ କାର୍ଯ୍ୟ କରିବାକୁ ବାଧ୍ୟତାମୂଳକ କରିଛି। ପ୍ରଧାନମନ୍ତ୍ରୀ ମେଟ୍ଟେ ଫ୍ରେଡେରିକସେନଙ୍କ ଘୋଷଣା ଅନୁଯାୟୀ ପୁରୁଷମାନଙ୍କ ଭଳି ଦେଶର ପ୍ରତ୍ୟେକ ମହିଳା ସେନାରେ କାର୍ଯ୍ୟ କରିବେ। ଏହାଦ୍ବାରା ଦେଶର ପ୍ରତିରକ୍ଷା ଦକ୍ଷତା ବୃଦ୍ଧି ପାଇବ। ସୈନ୍ୟବାହିନୀରେ ବାଧ୍ୟତାମୂଳକ କାର୍ଯ୍ୟ କରିବା କ୍ଷେତ୍ରରେ ମହିଳାଙ୍କୁ ସାମିଲ କରାଯିବା ସହିତ ଏହାର ଅବଧିକୁ ୪ରୁ ୧୧ମାସକୁ ବୃଦ୍ଧି କରାଯାଇଛି। ଅର୍ଥାତ୍ ଡେନମାର୍କର ପ୍ରତ୍ୟେକ ପୁରୁଷ ଓ ମହିଳା ଦେଶର ସୈନ୍ୟ ବାହିନୀରେ ୧୧ମାସ ଲେଖାଏଁ କାର୍ଯ୍ୟ କରିବାକୁ ବାଧ୍ୟ। ଏହି ୧୧ମାସ ମଧ୍ୟରୁ ୫ମାସ ସାମରିକ ପ୍ରଶିକ୍ଷଣ ଓ ୬ମାସ ବିଭିନ୍ନ ସାମରିକ କାର୍ଯ୍ୟରେ ଯୋଗ ଦେବାକୁ ହେବ। ୧୧ମାସ ସେନାରେ କାର୍ଯ୍ୟ କରିବା ପରେ ସେମାନେ ଅନ୍ୟାନ୍ୟ କ୍ଷେତ୍ରରେ ନିଜର ବୃତ୍ତି ଆରମ୍ଭ କରିପାରିବେ। ଦେଶର ଜରୁରୀ ଆବଶ୍ୟକତା ସମୟରେ ଏହି ନାଗରିକମାନେ ଯୁଦ୍ଧ କରିବାକୁ ସର୍ବଦା ପ୍ରସ୍ତୁତ ରହିବେ। ନର୍ଥ ଆଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ(ନାଟୋ)ର ସଦସ୍ୟ ଥିବା ଡେନମାର୍କ କହିଛି ଯେ ଏହା ବିଶ୍ବରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତିବଦ୍ଧ। ୫୮ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଡେନମାର୍କରେ ମାତ୍ର ୯୦୦୦ ସ୍ଥାୟୀ ନିଯୁକ୍ତି ସୈନିକ ରହିଛନ୍ତି। ଏହା ସହିତ ବାଧ୍ୟତାମୂଳକ ସେବା ଯୋଜନାରେ ୪୭୦୦ ସୈନିକ କାର୍ଯ୍ୟ କରୁଛନ୍ତି। ଡେନମାର୍କ ପୂର୍ବରୁ ବିଶ୍ବର ଅନ୍ୟ କେତେକ ରାଷ୍ଟ୍ର ଏହାର ମହିଳାଙ୍କ ପାଇଁ ସେନାରେ କାର୍ଯ୍ୟ କରିବାର ବାଧ୍ୟତାମୂଳକ ନିୟମ କରିଛନ୍ତି। ଏହିସବୁ ଦେଶ ହେଲା ସ୍ବିଡେନ, ନରୱେ, ଇସ୍ରାଏଲ, ଇରିଟ୍ରିଆ, ଦକ୍ଷିଣ କୋରିଆ, ଉତ୍ତର କୋରିଆ, ସ୍ବିଜରଲ୍ୟାଣ୍ଡ, ପୋଲାଣ୍ଡ ଓ କ୍ୟୁବା।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories