www.samajalive.in
Saturday, December 6, 2025
26.1 C
Bhubaneswar

ଖୋଲା ବଜାରରେ ମିଳୁ କରୋନା ଟିକା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: : ଖୋଲା ବଜାରରେ କରୋନା ଟିକା ମିଳୁ। ଏହାଦ୍ୱାରା କ୍ରୟ କରିବାକୁ ସମର୍ଥ ଲୋକେ ନିଜେ ଟିକା କ୍ରୟ କରି ନେଇପାରିବେ। ଫଳରେ ଟିକା କିଣିବାକୁ ଅସମର୍ଥ ବର୍ଗଙ୍କ ପ୍ରତି ସରକାର ଧ୍ୟାନ କେନ୍ଦ୍ରିତ କରିପାରିବେ। ତେଣୁ କୋଭିଡ୍‌-୧୯ ଟିକା ସରକାରୀ ଯୋଗାଣ ଶୃଙ୍ଖଳ ବାହାରେ, ଅର୍ଥାତ୍‌ ଖୋଲା ବଜାରରେ କରୋନା ଟିକା ଉପଲବ୍ଧ କରାଯାଉ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଦେଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଦେଶର କେତେକ ପ୍ରମୁଖ ମହାନଗର ଅଧିକରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେହିସବୁ ସ୍ଥାନରେ ଟିକାକରଣକୁ ଅଗ୍ରାଧିକାର ଦିଆଯିବା ଉଚିତ। ମହାନଗରଗୁଡ଼ିକରେ ଟିକାକରଣକୁ ପ୍ରାଥମିକତା ଦିଆଯିବା ଉଚିତ ଏବଂ ଅଳ୍ପ କିଛି ପ୍ରମୁଖ ମହାନଗରରେ ବୟସ ଉପରେ ଲାଗିଥିବା କଟକଣାକୁ କୋହଳ କରାଯିବା ଆବଶ୍ୟକ। ମହାନଗରଗୁଡ଼ିକ ହେଉଛି ଆମ ଦେଶର ଅର୍ଥନୀତିର ମେରୁଦଣ୍ଡ। ତେଣୁ ମହାନଗରଗୁଡ଼ିକରେ କୌଣସି ପ୍ରକାର ଲକ୍‌ଡାଉନ୍‌ ଘୋଷଣା କରାଗଲେ ଶ୍ରମିକମାନେ ଗୃହାଭିମୁଖୀ ହେବେ ଓ ଦେଶର ବାକି ଅଞ୍ଚଳକୁ ଏହା ପ୍ରଭାବିତ କରିବ। ଏହା ସହିତ ଠିକ୍ ସମୟରେ ଆବଶ୍ୟକ ପରିମାଣର ଟିକା ରାଜ୍ୟ ଗୁଡ଼ିକୁ ଯୋଗାଇ ଦେବା ଉଚିତ। ଏହା ଦ୍ୱାରା ଟିକାକରଣ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

- Advertisement -


ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି ଯେ ଏହି ଅଭୂତପୂର୍ବ କୋଭିଡ୍‌ ସଙ୍କଟ ମୁକାବିଲା ନିମନ୍ତେ କେନ୍ଦ୍ର ଓ ରାଜ୍ୟମାନେ ଏକ ଟିମ୍‌ ଭଳି କାମ କରିବା କଥାକୁ ମୁଁ ପୂର୍ଣ୍ଣ ସମର୍ଥନ କରୁଛି। ଟିକା ନେଇଥିବା ଲୋକମାନଙ୍କ ଠାରୁ ସକାରାତ୍ମକ ମତାମତ ମିଳୁଛି। କିନ୍ତୁ, ଚାହିଦା ମୁତାବକ ଟିକା ମିଳୁ ନ ଥିବାରୁ ଟିକାକରଣ ଅଗ୍ରଗତିରେ ସମସ୍ୟା ସୃଷ୍ଟି ହେଉଛି। କେନ୍ଦ୍ର ସରକାର ଟିକା ଯୋଗାଣ ବୃଦ୍ଧି ପାଇଁ ଯୋଜନା କରୁଥିବେ ବୋଲି ମୁଁ ସୁନିଶ୍ଚିତ।
ବିଶ୍ୱରେ ଯେଉଁ ସବୁ କୋଭିଡ୍ ଟିକାକୁ ସ୍ୱୀକୃତ ମିଳିଛି ସେଗୁଡ଼ିକର ଯୋଗାଣ ବୃଦ୍ଧି କରିବାକୁ ଅନୁମତି ଦିଆଯାଇପାରେ। ଭାରତରେ ଟିକା ପ୍ରସ୍ତୁତି ପାଇଁ ବ୍ୟାପକ ସୁବିଧା ଥିବାରୁ ଟିକା ଉତ୍ପାଦନ ବୃଦ୍ଧି ନିମନ୍ତେ ସମ୍ପୃକ୍ତ କମ୍ପାନିଗୁଡ଼ିକୁ କେନ୍ଦ୍ର ଓ ରାଜ୍ୟ ସରକାର ସହଯୋଗ କରିବା ଉଚିତ। ଟିକା ଉତ୍ପାଦନ ପାଇଁ ଭାରତ ପାଖରେ ପ୍ରଚୁର ଭିତ୍ତିଭୂମି ରହିଛି। ଟିକା ପ୍ରସ୍ତୁତ କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁଡ଼ିକ ଏକାଠି ହେବା ଉଚିତ୍‌ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠିରେ ଉଲ୍ଲେଖ କରିଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories