www.samajalive.in
Monday, December 8, 2025
20.1 C
Bhubaneswar

ମୁଁ ସୁସ୍ଥ ଅଛି, ରାଜ୍ୟବାସୀଙ୍କ ସେବାରେ ଅଛି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ‘ମୁଁ ସୁସ୍ଥ ଅଛି, ରାଜ୍ୟବାସୀଙ୍କ ସେବାରେ ଅଛି’, ଗଣମାଧ୍ୟମରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ପ୍ରସାର ହେଉଥିବା ଗୁଜବକୁ ଖଣ୍ଡନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଏକାମ୍ର କ୍ଷେତ୍ର ପରିଦର୍ଶନ କରିବା ସହ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକାମ୍ର ପ୍ରକଳ୍ପ ସମୀକ୍ଷା କରିଛନ୍ତି।

ପ୍ରାୟ ୧୫ ମିନିଟ ଧରି ମୁଖ୍ୟମନ୍ତ୍ରୀ ଲିଙ୍ଗରାଜଙ୍କ ବେଢ଼ା ପରିଦର୍ଶନ କରିଛନ୍ତି ଓ ସେ ସମୟରେ ସେ ସେବାୟତଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେବା ଅବସରରେ ସେ କହିଛନ୍ତି,’ମୁଁ ସୁସ୍ଥ ଅଛି, ଯେତେବେଳେ ନିର୍ବାଚନ ଆସେ ସେତେବେଳେ ଏଭଳି ଗୁଜବ ପ୍ରଚାର ପ୍ରସାର କରାଯାଏ କିନ୍ତୁ ଏବେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ମୁଁ ଅଧିକ କିଛି କହିବିନି।’

- Advertisement -

ନବୀନ ବିରୋଧୀଙ୍କୁ ତାଙ୍କ ସହଜ ସରଳ ଢଙ୍ଗରେ କହିଛନ୍ତି ଯେ ଯେତେବେଳେ ନିର୍ବାଚନ ଆସେ ଓ ମୋ ସ୍ୱାସ୍ଥ୍ୟ ଖରାପ ବୋଲି ଗୁଜବ ପ୍ରଚାର ହୁଏ, ସେତେବେଳେ ବିଜୁ ଜନତା ଦଳ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥାଏ। ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଥିବା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ରାଜ୍ୟବାସୀଙ୍କ ସେବାରେ ଅଛନ୍ତି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories