ବିଧାନସଭାରେ ନବ ନିର୍ବାଚିତ ବିଧାୟକଙ୍କ ଶପଥପାଠ
ଭୁବନେଶ୍ୱର: ବିଧାନସଭାରେ ନବ ନିର୍ବାଚିତ ବିଧାୟକମାନେ ଶପଥ ନେଉଛନ୍ତି। ପ୍ରଥମେ ବିଧାୟକ ଭାବେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ତାଙ୍କ ଦୁଇ ଉପ-ମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ ଓ ପ୍ରଭାତି ପରିଡା ମଧ୍ୟ ଶପଥ ନେଇଛନ୍ତି। ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମୋହନ ମାଝି ଶପଥ ନେବା ପରେ ନବ ନିର୍ବାଚିତ ବିଧାୟକ ମାନେ ପର୍ଯ୍ୟାୟକ୍ରମେ ଶପଥ ଗ୍ରହଣ କରୁଛନ୍ତି। ହିଞ୍ଜିଳି ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ସନ୍ଧ୍ୟା ୫ଟା ଯାଏଁ ଶପଥ ପାଠ ଚାଲିବ। ଆଜି ଓ ଆସନ୍ତାକାଲି ଦୁଇ ଦିନ ବିଧାୟକଙ୍କ ମାନେ ଶପଥ ଗ୍ରହଣ କରିବେ। ଏହାପରେ ୨୦ ତାରିଖରେ ବାଚସ୍ପତି ନିର୍ବାଚନ ହେବ। ତିନି ଦିନିଆ ଅଧିବେଶନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
Comments are closed.