www.samajalive.in
Monday, December 8, 2025
17.1 C
Bhubaneswar

ଯୁବ ଶକ୍ତିକୁ ଆଜିର ନୂଆ ସମୟର ଦକ୍ଷତା ସହ ଯୋଡିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ-ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଭାରତ ହେଉଛି ଯୁବ ଶକ୍ତିର ଦେଶ। ଯୁବ ଶକ୍ତି ହେଉଛନ୍ତି ଆମର ସମ୍ପତି। ଦେଶର ଯୁବକ ମାନଙ୍କର ଅଭିଳାଷ, ଆକାଂକ୍ଷାକୁ ଚିହ୍ନି ଏହାକୁ ସୁଯୋଗ ସହିତ ଯୋଡିବା ଆମ ପାଇଁ ଏକ ଆହ୍ୱାନ। ଆମର ଶିକ୍ଷା ବ୍ୟବସ୍ଥା ଜ୍ଞାନ ପ୍ରଦାନ ଓ ସଶକ୍ତିକରଣ କରୁଥିବା ବେଳେ ଯୁବ ଶକ୍ତିଙ୍କୁ ରୋଜଗାର ମିଳିପାରିବା ଭଳି  କିପରି ସାମର୍ଥ୍ୟ ପ୍ରଦାନ କରି ପାରିବ ସେ ଦିଗରେ ଧ୍ୟାନ ଦିଆ ଯିବାର ଆବଶ୍ୟକତା ରହିଛି।

ଭୁବନେଶ୍ୱରରେ କ୍ଲୋଜିଙ୍ଗ ଦି ସ୍କିଲ ଗ୍ୟାପ ଶୀର୍ଷକରେ ଆୟୋଜିତ କର୍ମଶାଳାରେ ଅଧ୍ୟକ୍ଷତା କରି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଯୁବ ଶକ୍ତିକୁ ନୂଆ ସମୟର ଦକ୍ଷତା ସହ ଯୋଡିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ । ବଜାରର ଚାହିଦାକୁ ଆଖି ଆଗରେ ରଖିବାକୁ ହେବ। ମହିଳା ମାନଙ୍କୁ କାମ ଯୋଗାଇ ଦେବା ଦ୍ୱାରା ଆମ ଦେଶର ଜିଡିପିରେ ବୃଦ୍ଧି ହେବା ସହ ସାମାଜିକ ପରିବର୍ତନରେ ଏହା ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ବିଶ୍ୱ ଇକୋନୋମିକ ଫୋରମ ପକ୍ଷରୁ ଭୁବନେଶ୍ୱରରେ କ୍ଲୋଜିଙ୍ଗ ଦି ସ୍କିଲ ଗ୍ୟାପ କର୍ମଶାଳା କରୁଥିବାରୁ ଶ୍ରୀ ପ୍ରଧାନ ପ୍ରସନ୍ନତା ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ ପୂର୍ବ ଓଡିଶାର ଭୁବନେଶ୍ୱର ଏକ ପ୍ରଗତିଶୀଳ ସହର ଓ ଯୁବଶକ୍ତିର ମୁଖ୍ୟ କେନ୍ଦ୍ର ହୋଇଥିବାରୁ ଏହି କର୍ମଶାଳାରେ ଆଲୋଚନା ସ୍କିଲ ଗ୍ୟାପକୁ କମ କରିବାରେ ସହାୟକ ହେବ।

- Advertisement -

ଏହି ଅବସରରେ ଓଡିଶା ପ୍ରତି ବିଶେଷ ଧ୍ୟାନ ଦେଇ ଶ୍ରୀ ପ୍ରଧାନ ବ୍ରୁନେଇ ଆକୋର୍ଡ- ସ୍କିଲ ଡେଭଲପମେଂଟ ଇନ ଓଡିଶା – ଏ ରୋଡ ମ୍ୟାପ ଫର ପ୍ରଗ୍ରେସିଭ ଫ୍ୟୁଚର ନାମକ ରିପୋର୍ଟର ଲୋକାର୍ପଣ କରିଥିଲେ। ଉଲ୍ଲେଖନୀୟ ଯେ ଭୁବନେଶ୍ୱରରେ ବିଶ୍ୱ ଇକୋନମିକ ଫୋରମ ଆନୁକୂଲ୍ୟରେ ଦକ୍ଷତା ବିକାଶ ଓ ଭବିଷ୍ୟତ ଚାକିରୀ ଓ ରୋଜଗାର ସୁଯୋଗ ମଧ୍ୟରେ କିପରି ବ୍ୟବଧାନ କମ୍ କରାଯାଇ ପାରିବ ଏହା ଉପରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳା ଭିନ୍ନ ଭିନ୍ନ ଦିଗରୁ ଦକ୍ଷତା ବିକାଶ ପାଇଁ କରାଯାଉଥିବା ଉଦ୍ୟମକୁ ଗୋଟିଏ ପ୍ଲାଟଫର୍ମରେ ଏକାଠି କରି ଭବିଷ୍ୟତର ଆବଶ୍ୟକତା ଅନୁସାରେ ଦକ୍ଷତା ବିକାଶ ପାଇଁ ଆବଶ୍ୟକୀୟ ସମୟପେଯାଗୀ ପଦକ୍ଷେପ ଉପରେ ଆଲୋଚନା କରା ଯାଇଥିଲା। ଏହାସହ ଏହି କର୍ମଶାଳାରେ ଦେଶର ଶିକ୍ଷାକ୍ଷେତ୍ରରେ ମୌଳିକ ପରିବର୍ତନର ଆବଶ୍ୟକତା, ଶ୍ରମ ନୀତି ତଥା ଭବିଷ୍ୟତ ଚାକିରୀ ଓ ରୋଜଗାର ପାଇଁ ମାନବସମ୍ବଳ ପ୍ରସ୍ତୁତି ପାଇଁ ଆବଶ୍ୟକତା ଉପରେ ଆଲୋଚନା କରାଯାଇଛି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories