www.samajalive.in
Thursday, December 11, 2025
23.1 C
Bhubaneswar

୬ଟି ପରୀକ୍ଷା କେନ୍ଦ୍ରରେ ତୃତୀୟ ମେଧାବୃତ୍ତି ପରୀକ୍ଷା ଦେଲେ ୨୮୨ ଛାତ୍ରଛାତ୍ରୀ

ତୁରୁମୁଙ୍ଗା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳରେ ୬ଟି ପରୀକ୍ଷାକେନ୍ଦ୍ରରେ ନିର୍ଦ୍ଧାରିତ ୩୦୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୮୨ ଜଣ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ଦେଇଥିବା ବେଳେ ୨୩ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ । ୬ଟି ପରୀକ୍ଷାକେନ୍ଦ୍ର ମଧ୍ୟରେ ଜନତା ଉଚ୍ଚବିଦ୍ୟାଳୟ ମଲିପଶି ପରୀକ୍ଷା କେନ୍ଦ୍ରରେ ୪୭ ଜଣ, ପାଟଣା ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୪୫ଜଣ, ଟାଙ୍ଗରପଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୪୯ଜଣ, ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ଜମୁନାପଶି ଠାରେ ୪୭ଜଣ, ଦଧିବାମନ ଉଚ୍ଚ ବିଦ୍ୟାଳୟ ତୁରୁମୁଙ୍ଗା ଠାରେ ୪୬ଜଣ ଓ ଖିରେଇଟାଙ୍ଗିରୀ ପ୍ରାଥମିକ ବିଦ୍ୟାଳୟରେ ୪୮ ଜଣ ଛାତ୍ରଛାତ୍ରୀ ତୃତୀୟ ମେଧାବୃତ୍ତି ପରୀକ୍ଷା ଦେଇଛନ୍ତି। ବ୍ଲକ ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସନ୍ତୋଷ କୁମାର ନାଏକ ଓ କ୍ଷେତ୍ରମୋହନ ମହାନ୍ତ ପରୀକ୍ଷା ପରିଚାଳନା କରିଥିଲେ। ବ୍ଲକ ଶିକ୍ଷାଧିକାରୀ ପୂର୍ଣ୍ଣ ଚନ୍ଦ୍ର ଅମାତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସର୍ବଶ୍ରୀ କମଳାକାନ୍ତ ପତି, ପ୍ରମୋଦ କୁମାର ମହାନ୍ତ, ଶ୍ରୀକାନ୍ତ ବିଶ୍ଵାଳ, ସନ୍ତୋଷ କୁମାର ନାଏକ ଓ କ୍ଷେତ୍ରବାସୀ ମହାନ୍ତ ପରିଚାଳନାଗତ ସହଯୋଗ ଯୋଗାଇ ଦେଇଥିବା ବେଳେ ପାଟଣାରେ ଭବାନୀ ଶଙ୍କର ମହାନ୍ତ, ମଲିପଶିରେ ଗୌରଚନ୍ଦ୍ର ମହାନ୍ତ, ଟାଙ୍ଗରପଡାରେ ପିତାମ୍ବର ମହାନ୍ତ, ଜମୁନାପଶିରେ କପିଳଚନ୍ଦ୍ର ଦାସ, ଖିରେଇଟାଙ୍ଗିରୀରେ ଅଶ୍ୱିନୀ କୁମାର ସାହୁ ଓ ତୁରୁମୁଙ୍ଗା ପରୀକ୍ଷା କେନ୍ଦ୍ରରେ କେଶବ ଚନ୍ଦ୍ର ମହାନ୍ତ ସୁପରିଟେଣ୍ଡେଣ୍ଟ ଭାବେ ଦାୟିତ୍ଵ ସମ୍ପାଦନ କରିଛନ୍ତ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories