www.samajalive.in
Thursday, November 13, 2025
25.1 C
Bhubaneswar

କଟକରେ ଶାନ୍ତି ପ୍ରତିଷ୍ଠା ପାଇଁ ଭୁବନେଶ୍ବରରେ ନାଗରିକ ସମାଜ ଗଠନ

ଭୁବନେଶ୍ବର: ଦଶହରା ଭସାଣିକୁ କେନ୍ଦ୍ର କରି ଶାନ୍ତି ଓ ସଦ୍‌ଭାବନାର ପ୍ରତୀକ ତଥା ନେତାଜୀ ସୁଭାଷ ବୋଷଙ୍କ ଜନ୍ମମାଟି କଟକ ସହରରେ ସୃଷ୍ଟି ହୋଇଥିବା ଅଶାନ୍ତି ଓ ସାମ୍ପ୍ରଦାଦାୟିକ ବିଦ୍ୱେଷର ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ଭୁବନେଶ୍ବରରେ ନାଗରିକ ସମାଜ ଏକଜୁଟ ହୋଇ ନିବେଦନ କରିଛନ୍ତି। ଆଗାମୀ ୯ ଅକ୍ଟୋବର ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମତିଥିରେ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ଶାନ୍ତି ଓ ସଦ୍‌ଭାବନା ଯାତ୍ରା ଆୟୋଜନ ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ଆଗେଇ ଆସିବାକୁ ଏହି ବୈଠକରେ ନିବେଦନ କରାଯାଇଛି।

ପ୍ରଫେସର ମନୋରଞ୍ଜନ ମହାନ୍ତି, ସାମ୍ବାଦିକ ସୁଧୀର ପଟ୍ଟନାୟକ, କୃଷକ ନେତା ଲିଙ୍ଗରାଜ, ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ଲୋହିଆ ଏକାଡେମୀ ସମ୍ପାଦକ ଦେବପ୍ରସାଦ ରାୟ ପ୍ରମୁଖଙ୍କ ଆହ୍ୱାନରେ ଆଜିର ଏହି ନାଗରିକ ସଭା ଆୟୋଜିତ ହୋଇଥିଲା। ଏଥିରେ କଟକରେ ସୃଷ୍ଟି ହୋଇଥିବା ଏହି ଅଶାନ୍ତକର ପରିସ୍ଥିତି ପାଇଁ ଗଭୀର ଉଦବେଗ ପ୍ରକାଶ ପାଇଛି। ବୈଠକରେ ବି‌ଭିନ୍ନ ବର୍ଗର ବ୍ୟକ୍ତି ଯୋଗ ଦେଇଥିଲେ।

Hot this week

ଅପରାଜିତା ଯୁଗ୍ମ ସଂସଦୀୟ କମିଟି ଅଧ୍ୟକ୍ଷା

ନୂଆଦିଲ୍ଲୀ/ଭୁବନେଶ୍ବର, : ସଂସଦରେ ଆଗତ ସମ୍ବିଧାନ ଅଧିନିୟମ (ସଂଶୋଧନ)-୨୦୨୫, ଜମ୍ମୁ ଓ...

ସମ୍ପାଦକୀୟ : ଓଡ଼ିଶାରେ ମାଣ୍ଡିଆ ଗ୍ରାମ

ପାହାଡ଼ ଗାଁରେ ମାଣ୍ଡିଆ ଚାଷ, ସୂରୁଯ ଉଇଁଲେ ଆସଇ ହସ। ଏ...

ସମ୍ପାଦକୀୟ : ପାକିସ୍ତାନୀ ମିଛ , ପୁରୁଣା ଅଭ୍ୟାସର ପୁନରାବୃତ୍ତି

ନିକଟରେ ଦିଲ୍ଲୀର ଲାଲକିଲା ପାଖରେ ହୋଇଥିବା ବିସ୍ଫୋରଣର ଠିକ୍ ପରେ ପରେ...

ସମ୍ପାଦକୀୟ : ଆତଙ୍କବାଦୀ ଓ ତାଙ୍କ ସମର୍ଥକଙ୍କୁ କଠୋର ଦଣ୍ଡ ଦିଆଯାଉ

ଆତଙ୍କବାଦୀ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଲୋକଙ୍କ ବିରୋଧରେ ଆମର ସୁରକ୍ଷା...

Related Articles

Popular Categories