www.samajalive.in
Monday, December 8, 2025
27.1 C
Bhubaneswar

ଛଣା ସେଉ ଚୁଡ଼ା ଉପମା

ଚୁଡ଼ା – ୨କପ
ପିଆଜ – ୨ଟା (କଟା ହୋଇଥିବା)
ଆଳୁ – ୨ଟି (କଟା ହୋଇଥିବା)
ଲଙ୍କା – ୨ଟି
ସୋରିଷ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ବାଦାମ – ଅଳ୍ପ
ହଳଦୀ ଗୁଣ୍ଡ – ଅଳ୍ପ
ଧନିଆପତ୍ର – ଅଳ୍ପ
ଲେମ୍ବୁ ରସ – ୧ ଚାମଚ
ତେଲ – ଆବଶ୍ୟକ ପରିମାଣରେ
ଛଣା ସେଉ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚୁଡ଼ାକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏହାପରେ ଗ୍ୟାସାରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ପ୍ରଥମେ ବାଦାମ ଭାଜି ଏକ ପାତ୍ରକୁ କାଢି ଦିଅନ୍ତୁ। ଏହାରେ ପୁଣି ଆଳୁ ଭାଜି ପାତ୍ରକୁ କାଢି ଦିଅନ୍ତୁ। ଏବେ ସେହି ତେଲରେ ସୋରିଷ ପକାଇବା ପରେ ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜି ହୋଇଗଲେ ହଳଦୀ ଗୁଣ୍ଡ, ଲୁଣ, ଲଙ୍କା, ଭାଜିଥିବା ବାଦାମ , ଆଳୁ ଓ ଧୋଇ ଥିବା ଚୁଡ଼ାକୁ ପକାଇ ୨ ମିନିଟ ଭଲରେ ଗୋଳାନ୍ତୁ। ୨ ମିନିଟ ପରେ ଏକ ପାତ୍ରକୁ କାଢି ଲେମ୍ବୁ ରସ, ଧନିଆପତ୍ର, ଛଣା ସେଉ ପକାଇ ଖାଆନ୍ତୁ ଓ ମଜା ନିଅନ୍ତୁ। ପ୍ରସ୍ତୁତ ହୋଇଗଲା ଛଣା ସେଉ ଚୁଡ଼ା ଉପମା।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories