www.samajalive.in
Monday, December 8, 2025
27.1 C
Bhubaneswar

ଭୁବନେଶ୍ବର ହଂସପାଳ ଫ୍ଲାଏଓଭର ଶିଳାନ୍ୟାସ କଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ଵର : ଦୀର୍ଘ ୭ ବର୍ଷ ଧରି ୧୬ନଂ ଜାତୀୟ ରାଜପଥରେ ଥିବା ରାଜଧାନୀ ଭୁବନେଶ୍ୱରର ହଂସପାଳ ଫ୍ଲାଏଓଭର ବ୍ରିଜର ଆଜି ଶିଳାନ୍ୟାସ କରାଯାଇଛି । ସୋମବାର ସକାଳ ପ୍ରାୟ ୮ଟାରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ହଂସପାଳ ଫ୍ଲାଏଓଭର ଶିଳାନ୍ୟାସ କରିଛନ୍ତି ।

ଏହି ପ୍ରକଳ୍ପ ନିର୍ମାଣ ପାଇଁ ଇଞ୍ଜିନିୟରିଂ, କ୍ରୟ ଏବଂ କନଷ୍ଟ୍ରକସନ (ଇପିସି) ମୋଡରେ ଆନୁମାନିକ ୩୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ୫.୫ କିଲୋମିଟର ଲମ୍ବର ଫ୍ଲାଏଓଭର ପାଇଁ ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ ଟେଣ୍ଡର ଭରିଛି। ଏହି ଫ୍ଲାଏଓଭର ନିର୍ମାଣ କରିବାର ଅବଧି ଦେଢ ବର୍ଷ ରଖାଯାଇଥିବା ବେଳେ ନିର୍ମାଣ ପରେ ଏହାର ରକ୍ଷଣାବେକ୍ଷଣ ଅବଧି ୬୦ ମାସ ରଖାଯାଇଛି ।

- Advertisement -

ଏହି ଫ୍ଲାଏଓଭର ନିର୍ମାଣ ହେଲେ ନହରକଣ୍ଟା, ହରିଦାସପୁର, ରୁଦ୍ରପୁର, ସୁନ୍ଦରପାଟଣା, ବଙ୍ଗୁଆରୀ, ହଂସପାଳ, ବାଲିଅନ୍ତା, ଭିଙ୍ଗାରପୁର ଅଞ୍ଚଳର ଲୋକମାନେ ଉପକୃତ ହେବେ। ଫ୍ଲାଏଓଭର ଶିଳାନ୍ୟାସ ସମୟରେ ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି ଯେ ଯେପରି ପ୍ରକଳ୍ପ ଠିକ ସମୟରେ ଶେଷ ହେବ, ସେଥିପାଇଁ ଏନଏଚଏଆଇ ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି।  ଜୁଲାଇ ୨୦୧୯ ରେ, ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ସହ ସାଂସଦ ହଂସପାଳ ଫ୍ଲାଏଓଭର ନିର୍ମାଣକୁ ନେଇ ଏକ ବୈଠକ କରିଥିଲେ ଏବଂ ଗତ ବର୍ଷ ଅକ୍ଟୋବରରେ ଏହି ପ୍ରକଳ୍ପର ଅଗ୍ରଗତି ବିଷୟରେ ଘୋଷଣା କରିଥିଲେ ।

ଏହି ଫ୍ଲାଏଓଭର ବ୍ରିଜ ପାଇଁ ସହାୟତା କରିଥିବାରୁ ସେ ନୀତିନ ଗଡ଼କରୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ଏହି ବ୍ରିଜ ନିର୍ମାଣରେ ଯଦି କିଛି ବି ବାଧାବିଘ୍ନ ଆସେ ସାଂସଦ ହିସାବରେ ସବୁ କିଛି ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories