www.samajalive.in
Tuesday, December 9, 2025
17.1 C
Bhubaneswar

ଜାଣନ୍ତୁ, ଭାରତରେ କେବେ ଆରମ୍ଭ ହେଲା ଖ୍ରୀଷ୍ଟ ଧର୍ମର ପ୍ରଚାର

ଭାରତରେ ଅନେକ  ଖ୍ରୀଷ୍ଟ ଧର୍ମାବଲମ୍ବୀ ବାସ କରନ୍ତି । ଓଡିଶା ସମେତ ଗୋଆ, କେରଳ ଏବଂ ମିଜୋରମରେ ଅଧିକ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କୁ ଦେଖିବାକୁ ମିଳେ । ଏହି ତିନୋଟି ସହର ମଧ୍ୟରୁ କେରଳରେ ସବୁଠୁଁ ଅଧିକ ଖ୍ରୀଷ୍ଟ ଧର୍ମାବଲମ୍ବୀ ରହୁଛନ୍ତି । ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ମଧ୍ୟରେ ଭିନ୍ନ ଭିନ୍ନ ଗୋଷ୍ଠୀ ରହିଛନ୍ତି । ସେଗୁଡିକ ହେଲା କ୍ୟାଥୋଲିକ, ବାପ୍ଟିଷ୍ଟ, ପ୍ରୋଟେଷ୍ଟାଣ୍ଟ୍ ଏବଂ ଓର୍ଥୋଡକ୍ସ ।

ଭାରତରେ ପ୍ରାୟ ୭୩ ପ୍ରତିଶତ ଖ୍ରୀଷ୍ଟ ଧର୍ମାଲମ୍ବୀ କ୍ୟାଥୋଲିକ ଅଛନ୍ତି । ଏତତ୍ ବ୍ୟତୀତ ସିରିୟନ ଖ୍ରୀଷ୍ଟିୟାନ, ଗୋୟନ ଖ୍ରୀଷ୍ଟିୟାନ, ତାମୀଲ ଖ୍ରୀଷ୍ଟିୟାନ, ଶ୍ବେତାଙ୍ଗ ଖ୍ରୀଷ୍ଟିୟାନ ଓ ନାଗା ଖ୍ରୀଷ୍ଟିୟାନ ରହିଛନ୍ତି । ଏମାନଙ୍କ ଭାଷା, ସସ୍କୃତି ଏବଂ ଆର୍ଥିକ ସ୍ଥିତି ପରସ୍ପରଠାରୁ ଅଲଗା ।

- Advertisement -

ଭାରତର କେଉଁଠି ଓ କିପରି ଆରମ୍ଭ ହୋଇଥିଲା ଖ୍ରୀଷ୍ଟ ଧର୍ମର ପ୍ରଚାର ?

ମାନ୍ୟତା ଅନୁଯାୟୀ, ଭାରତର କେରଳ ରାଜ୍ୟର ତଟବର୍ତ୍ତୀ ସହର କ୍ରାଙ୍ଗାନୋରରେ ସର୍ବପ୍ରଥମେ ଖ୍ରୀଷ୍ଟଧର୍ମର ପ୍ରଚାର ଆରମ୍ଭ ହୋଇଥିଲା। ଯୀଶୁ ଖ୍ରୀଷ୍ଟଙ୍କ ୧୨ ଜଣ ପ୍ରମୁଖ ଶିଷ୍ୟଙ୍କ ମଧ୍ୟରୁ ଜଣେ ଶିଷ୍ୟ ସେଣ୍ଟ ଥୋମସ୍ କେରଳର କୋଡୁଙ୍ଗଲୁର କୁ ଆସିଥିଲେ । ଭାରତ ଆସିବା ପରେ ଥୋମସ ୭ଟି ଚର୍ଚ୍ଚ ନିର୍ମାଣ କରିଥିଲେ । ଏହା ସହ କିଛି ଅନ୍ୟ ଲୋକଙ୍କୁ ମଧ୍ୟ ଏହି ଧର୍ମରେ ଦୀକ୍ଷିତ କରାଇଥିଲେ । ଏହା ପରେ ବିଭିନ୍ନ ବିବାଦ ଯୋଗୁଁ ସେ ଭାରତର ପୂର୍ବତଟ ଦେଇ ଚୀନ ପଳାଇଥିଲେ । ପରେ ସେ ପୁଣି ଭାରତ ଫେରି ମନ୍ଦ୍ରାସ ଅର୍ଥାତ୍ ବର୍ତ୍ତମାନର ଚେନ୍ନାଇରେ ପହଞ୍ଚି, ସେଠାରେ ଖ୍ରୀଷ୍ଟ ଧର୍ମର ପ୍ରଚାର କରିଥିଲେ । ହେଲେ ଚେନ୍ନାଇର ଲୋକମାନେ ଏହି ନୂଆ ଧର୍ମକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ ।

ଶୁଣିବାକୁ ମିଳେ ଯେ, ଥୋମସଙ୍କ ଉପରେ ଚେନ୍ନାଇ ବାସିନ୍ଦା ବହୁତ ଅତ୍ୟାଚାର କରିଥିଲେ । ପରେ ଏକ ଗୁମ୍ପାରେ ତାଙ୍କୁ ହତ୍ୟା କରାଯାଇଥିଲା । ଚେନ୍ନାଇର ସେହି ସ୍ଥାନ ଆଜି ବି ଥୋମସ ମାଉଣ୍ଟ ନାମରେ ପ୍ରସିଦ୍ଧ । ୧୫୨୩ ମସିହାରେ ପର୍ତ୍ତୁଗୀଜମାନେ ତାଙ୍କ ସମାଧି ସ୍ଥାନରେ ଚର୍ଚ୍ଚ ନିର୍ମାଣ କରିଥିଲେ ।

ଯେଉଁ ସମୟରେ ସେଣ୍ଟ ଥୋମସ ଭାରତ ଆସିଥିଲେ, ସେହି ମସୟରେ କେତେକ ୟୁରୋପିୟ ଦେଶରେ ଖ୍ରୀଷ୍ଟଧର୍ମ ପ୍ରଚାର ହୋଇନଥିଲା। ତେଣୁ କେତେକ ୟୁରୋପିୟ ଦେଶରେ ଖ୍ରୀଷ୍ଟଧର୍ମର ପ୍ରଚାର ପୂର୍ବରୁ ଭାରତରେ ଏହାର ପ୍ରଚାର ହୋଇ ସାରିଥିଲା ବୋଲି କୁହାଯାଏ ।

ଅଲେଖ୍ୟ: ବୈଜୟନ୍ତୀ ନାୟକ

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories