www.samajalive.in
Sunday, December 7, 2025
13.1 C
Bhubaneswar

ଦୀର୍ଘଦିନ ପରେ ଓଟିଏମ୍ ମାମଲାର ପୂର୍ଣ୍ଣଚ୍ଛେଦ ପକାଇଲେ ଅଦାଲତ

ଚୌଦ୍ୱାର : ଦୀର୍ଘଦିନ ଧରି ଅଦାଲତରେ ବିଚାରାଧିନ ଥିବା ଓଟିଏମ୍ ମାମଲାର ମଙ୍ଗଳବାର ଦିନ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଉଚ୍ଚ ନ୍ୟାୟାଳୟ। ଫଳରେ ବନ୍ଦ ଓଟିଏମର ଶ୍ରମିକ ଓ କର୍ମଚାରୀ ମହଲରେ ଖୁସିର ଲହରି ଖେଳି ଯାଇଛି । ଉଚ୍ଚନ୍ୟାୟଳଙ୍କ ଶୁଣାଣି ଉପରେ ଓଟିଏମ ଶ୍ରମିକ,କର୍ମଚାରୀ ଓ ସେମାନଙ୍କ ପରିବାର ବର୍ଗ ଉଚ୍ଚ ନ୍ୟାୟାଳୟ ଓ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆନନ୍ଦରେ ଅଧିର ହୋଇ ସମଗ୍ର ଚୌଦ୍ୱାର ଅଞ୍ଚଳରେ ଲୋକେ ବାଣ ଫୁଟାଇ ଖୁସି ମନାଉଥିବା ଦେଖିବାକୁ ମିଳିଛି।
ନ୍ୟାୟାଳୟର ନିଷ୍ପତ୍ତି ସମ୍ପର୍କିତ ପୂର୍ଣ୍ଣାଙ୍ଗ ଦସ୍ତାବିଜ ଏଯାବତ୍ ହସ୍ତଗତ ହୋଇ ନଥିବାରୁ ଓଟିଏମ୍ ସମ୍ପର୍କରେ ନିର୍ଦ୍ଦିଷ୍ଟ କ’ଣ ନିଷ୍ପତ୍ତି ନିଆ ଯାଇଛି ତାହା ସ୍ପଷ୍ଟ ହୋଇ ନାହିଁ । ତେବେ ଓଟିଏମ୍ ଶ୍ରମିକ ଓ କର୍ମଚାରୀ ମାନଙ୍କ ବକେୟା ପ୍ରଦାନ ପାଇଁ ୧୫୦ କୋଟି ଟଙ୍କା ପ୍ରଦାନ ସହିତ ଆସନ୍ତା ୬ ସପ୍ତାହ ମଧ୍ୟରେ ଶ୍ରମିକ ମାନଙ୍କ ବକେୟା ଓ ଅନ୍ୟ ଆନୁସଂଗିକ ବକେୟା ଲିକ୍ୟୁଡେଟରଙ୍କ ମାଧ୍ୟମରେ ହିସାବ କରି କୋର୍ଟରେ ଦାଖଲ କରିବାପାଇଁ ନିର୍ଦ୍ଦେଶ ଦିଆ ଯାଇଥିବା ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟଯେ ୧୯୪୬ ମସିହାରେ ପ୍ରତିଷ୍ଠିତ ଏସିଆର ସର୍ବ ବୃହତ୍ ତଥା ସର୍ବୋତ୍କୃଷ୍ଟ କମ୍ପୋଜିଟ୍ ଲୁଗାକଳ ଓଟିଏମ୍ ପରିଚାଳନାଗତ ତୃଟି ହେତୁ ଦୀର୍ଘଦିନ ଧରି କ୍ଷତିରେ ଚାଲି ଚାଲି ଶେଷରେ ୨୦୦୧ ମସିହାରେ ସମ୍ପୂର୍ଣ୍ଣଭାବେ ବନ୍ଦ ହୋଇଗଲା । ଫଳରେ ଓଟିଏମ୍  ରେ କାର୍ଯ୍ୟରତ ୨୨୦୮ଜଣ ଶ୍ରମିକ, ୧୫୦ରୁ ଉର୍ଦ୍ଧ କର୍ମଚାରୀ ଏବଂ ସେମାନଙ୍କ ପରିବାର ବର୍ଗଙ୍କ ଭବିଷ୍ୟତ ଅଜଣା ଅନ୍ଧାର ଭିତରକୁ ଠେଲି ହୋଇଗଲା ।
ଓଟିଏମ୍ ପୁନରୁଦ୍ଧାର ଓ ଏହାର ଶ୍ରମିକ ଓ କର୍ମଚାରୀଙ୍କ ବକେୟା ପ୍ରାପ୍ୟ ପ୍ରଦାନ ଦାବିରେ ଓଟିଏମ୍ ଶ୍ରମିକ ସଂଗଠନ ତରଫରୁ ମିଲ ଗେଟ ସମ୍ମୁଖରେ ମିଲ ବନ୍ଦ ଦିନ ଠାରୁ ଅହର୍ନିର୍ଶି ଧାରଣା ଓ ଆନ୍ଦୋଳନ ଏଯାବତ୍ ଜାରୀ ରହିଛି । ବକେୟା ପ୍ରାପ୍ୟକୁ ଚାହିଁଚାହିଁ ଏଯାବତ୍ ୭୩୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ୨୭ଜଣ ଆତ୍ମହତ୍ୟା କରିଛନ୍ତି ।
୨୦୧୫ ମସିହାରେ ତତ୍କାଳୀନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଓ ଅନ୍ୟ ବିଧାୟକ ମାନେ ବାରମ୍ବାର ବିଧାନ ସଭାରେ ଓଟିଏମ୍ ସମ୍ପର୍କରେ ଆଲୋଚନା କରି ଏହାର ପୁନରୁଦ୍ଧାର ଦାବି କରିଥିଲେ ।  ବିଧାୟକ ସୌଭିକ୍ ବିଶ୍ୱାଳ ମଧ୍ୟ ଏଦିଗରେ ପ୍ରୟାସ ଜାରୀ ରଖିଛନ୍ତି । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ହାତଗଢ଼ା ଓଟିଏମ୍ ପୁନରୁଦ୍ଧାର/ ବିକଳ୍ପ ଶିଳ୍ପ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇ ଓଟିଏମ୍ ମାମାଲା ସରକାରଙ୍କ ହାତରେ ନ୍ୟସ୍ତ କରିବାକୁ ହାଇକୋର୍ଟଙ୍କ ନିକଟରେ ନିବେଦନ କଲେ ।
ଏଥିପାଇଁ ଅଦାଲତଙ୍କ ନିର୍ଦ୍ଦେଶ ମତେ ସରକାର ପୂର୍ବରୁ ୩୫କୋଟି ଟଙ୍କା ମଧ୍ୟ ଦାଖଲ କରିସାରିଛନ୍ତି । ଏବେ ଓଟିଏମ୍ ରେ କିଛି କରିବାପାଇଁ ବାଟ ଫିଟିଥିବାରୁ ଓଟିଏମ୍ ରେ ପୁନରୁଦ୍ଧାର କିମ୍ବା ଏହାର ଭିତ୍ତିଭୂମି ଉପରେ ବିକଳ୍ପ ବୟନ ଶିଳ୍ପ ପ୍ରତିଷ୍ଠାପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବା ପାଇଁ ପୂର୍ବତନ ବିଧାୟକ ଶ୍ରୀ ବିଶ୍ୱାଳ ନିବେଦନ କରିଛନ୍ତି । ନ୍ୟାୟାଳୟଙ୍କ ନିଷ୍ପତ୍ତିକୁ ଆନ୍ଦୋଳନରତ ଓଟିଏମ୍ ବଞ୍ଚାୟ ସଂଗଠନ ତରଫରୁ ସ୍ୱାଗତ କରଯିବା ସହିତ ଅଦାଲତ ଓ ମୁଖ୍ୟମନ୍ତ୍ରୀଙ୍କୁ ସଂଗଠନର ମୁଖ୍ୟ ଦୀପକ କୁମାର ବାରିକ୍ କୃତଜ୍ଞତା ଜଣାଇଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories