www.samajalive.in
Monday, December 8, 2025
27.1 C
Bhubaneswar

ଆଳୁ ଖୋଳୁ ଖୋଳୁ ମହାଦେବ; ଟିପ୍ପର ଡ୍ରାଇଭର ମୃତ୍ୟୁ ପରେ ସାମ୍ନାକୁ ଆସିଲା ଚୋରା ବାଲି କାରବାର

ବଡ଼ମ୍ବା : ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଟିପ୍ପର ଡ୍ରାଇଭରଙ୍କ ମୃତ ହେବା ପରେ ଚୋରା ବାଲି କାରବାରରେ ଗାଡିଟି ନିୟୋଜିତ ହୋଇଥିବା ଜଣାପଡିଛି। ଏହି ମାମଲାରେ ପୁଲିସ ୨ ଟିପ୍ପର ଜବତ୍ କରିଛି।

ସୂଚନାଯୋଗ୍ୟ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ରବିବାର ସକାଳେ ଜଣେ ଟିପ୍ପର ଡ୍ରାଇଭରଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା। ମୃତକ ହେଲେ ବଡ଼ମ୍ବା ଥାନା ଅନ୍ତର୍ଗତ ବିଧାରପୁର ଅଞ୍ଚଳର ଚକ୍ରଧର ରାଉତଙ୍କ ପୁତ୍ର ଛତ୍ରଭୂଜ ରାଉତ (୩୨ )। ବଡ଼ମ୍ବା ସହରତଳି ଗଦଗଦି ଗଡ଼ାଣି ନିକଟରେ ନିର୍ମାଣାଧୀନ ଏକ ଘର ସମ୍ମୁଖରେ  ବାଲି ଅନଲୋଡ଼ ହେଉଥିବା ସମୟରେ ଅସାବଧାନତା ବଶତଃ ୧୧କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ  ଟିପ୍ପରର ଲୁହା ଡାଲା ବାଜିବାରୁ ଏଭଳି ଅଘଟଣ ଘଟିଥିଲା।  ଅପରପକ୍ଷରେ ଏହି ଅଘଟଣରୁ ସଂପୃକ୍ତ ଘଟଣାରେ ଚୋରା ବାଲି କାରବାର ହୋଇଥିବା ପୁଲିସ ଓ ପ୍ରଶାସନ ଜାଣିବାକୁ ପାଇବା ପରେ ଘଟଣାସ୍ଥଳରୁ ୨ଟି ଟିପ୍ପର ଜବତ୍ କରିଛି । ସ୍ଥାନୀୟ ତହସିଲଦାର ଅନୀଲକୁମାର ପଟ୍ଟନାୟକ ସଂପୃକ୍ତ ଦୁର୍ଘଟଣାଗ୍ରସ୍ତ ଟିପ୍ପର ସମେତ ଘଟଣାସ୍ଥଳରୁ ଅନ୍ୟ ଏକ ଟିପ୍ପର ଏବଂ ସେଠାରେ ଉଝଳା ଯାଇଥିବା ଦୁଇଟ୍ରିପ ବାଲିକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

- Advertisement -

ଅଘଟଣରେ ସଂପୃକ୍ତ ଟିପ୍ପର ଡ୍ରାଇଭରଙ୍କ ଅକାଳ ମୃତ୍ୟୁ ଖବର ପାଇବାରେ ବନ୍ଧୁପରିଜନ ସମେତ ଶୋକାକୁଳ ଗ୍ରାମବାସୀ ବଡ଼ମ୍ବା ଡାକ୍ତରଖାନା ପରିସରରେ ଭିଡ଼ ଜମାଇଥିଲେ । ଏହି ଦୁଃଖଦ ଘଟଣା ଜାଣିବାରେ ବଡ଼ମ୍ବା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର,ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ସ୍ୱାଇଁ,ସାଂସଦ ପ୍ରତିନିଧି ଦୀପକକୁମାର ସାହୁ,ବ୍ଲକ ବିଜେଡି ସଭାପତି ରବୀନ୍ଦ୍ରକୁମାର ସାହୁ ପ୍ରମୁଖ ଦୁଃଖପ୍ରକାଶ କରିବାସହ ଶୋକସନ୍ତପ୍ତ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ। ଅନ୍ୟପକ୍ଷରେ କିଭଳିଭାବେ ଏତେ ମାତ୍ରାରେ ଚୋରା ବାଲି କେଉଁଠୁ ଆସିଥିଲା ସେନେଇ ତହସିଲଦାର ଏବଂ ଏହି ଅଘଟଣକୁ ନେଇ ପୁଲିସ ଏକ ମାମଲା ରଜୁକରି ତଦନ୍ତ ଜାରି ରଖିଥିବା ଜଣାଯାଇଛି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories