www.samajalive.in
Saturday, December 6, 2025
26.1 C
Bhubaneswar

ନୂଆ କରୋନା ଭୂତାଣୁର ହଟସ୍ପଟ୍‍ ପାଲଟିଛି ଚୀନ ଓ ଦକ୍ଷିଣ ପୂର୍ବ ଏସିଆ

ନ୍ୟୁୟର୍କ: ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭୂତାଣୁ ପାଇଁ ଚୀନର ଅଧିକାଂଶ ଅଞ୍ଚଳ ହଟସ୍ପଟ ଭାବେ ପରିଚିତ ହୋଇଛି। କାରଣ ସେହିସବୁ ସ୍ଥାନରେ ମାଂସଜାତୀୟ ଖାଦ୍ୟର ଚାହିଦା ବୃଦ୍ଧି ସହିତ ବ୍ୟବସାୟିକ ଭିତ୍ତିରେ ଗୋସମ୍ପଦ ପାଳନ ଦ୍ରୁତ ସଂପ୍ରସାରିତ ହେବାରେ ଲାଗିଛି। ଏଭଳି ଏକ ପରିସ୍ଥିତିରେ ସଂପ୍ରତି କରାଯାଇଥିବା ଏକ ନୂଆ ଅଧ୍ୟୟନମୂଳକ ରିପୋର୍ଟରେ କୁହାଯାଇଛି ଯେ ଚୀନ, ଜାପାନ, ଫିଲିପାଇନ୍ସ ଏବଂ ଥାଇଲାଣ୍ଡର ଅନେକ ସ୍ଥାନ ବାଦୁଡିଙ୍କ ପାଇଁ ଉପଯୋଗୀ ସ୍ଥଳରେ ପରିଣତ ହେବାକୁ ଯାଉଛି, ଯେଉଁମାନେ କରୋନା ଭୂତାଣୁ ବହନ କରୁଛନ୍ତି ଏବଂ ଏହିସବୁ ସ୍ଥାନରେ କରୋନା ଭୂତାଣୁ ବାଦୁଡିଙ୍କ ଶରୀରରୁ ମଣିଷକୁ ବ୍ୟାପିବା ପରିବେଶ ଅଧିକ ଉପଯୋଗୀ ହୋଇପାରେ ବୋଲି କୁହାଯାଇଛି। ନେଚର ଫୁଡ୍‍ ନାମକ ଏକ ପତ୍ରିକାରେ ଏହି ଅଧ୍ୟୟନ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି, ବିଶ୍ୱରେ ସ୍ଥଳଭାଗ ବ୍ୟବହାର ଢାଞ୍ଚାରେ ପରିବର୍ତ୍ତନ ଘଟିବା, ଜଙ୍ଗଲଗୁଡିକ ଖଣ୍ଡବିଖଣ୍ଡିତ ହେବା, କୃଷି କାର୍ଯ୍ୟ ସମ୍ପ୍ରସାରଣ ଏବଂ ବ୍ୟବସାୟିକ ଭିତ୍ତିରେ ପ୍ରାଣୀପାଳନ ଆଦି ବାଦୁଡିଙ୍କ ଜୀବନଚକ୍ରରେ ପରିବର୍ତ୍ତନ ଆଣିଛି। ଅଧ୍ୟୟନ ରିପୋର୍ଟ ମୁତାବକ କରୋନା ଭୂତାଣୁ ସଂକ୍ରମଣ ସମ୍ଭାବନା ଥିବା ଅଧିକାଂଶ ହଟସ୍ପଟ୍‍ ଚୀନରେ ରହିଛି। ତାହାସହିତ ଜାପାନର କିଛି ଭାଗ, ଉତ୍ତର ଫିଲିପାଇନ୍ସ ଏବଂ ସାଂଘାଇର ଦକ୍ଷିଣକୁ ଚୀନର କିଛି ଅଞ୍ଚଳ ମଧ୍ୟ ହଟସ୍ପଟ୍‍ ପାଲଟିବା ଆଶଙ୍କା ରହିଛି। କାରଣ ସେହିସବୁ ଅଞ୍ଚଳରେ ଜଙ୍ଗଲ ଧ୍ୱଂସ ହୋଇଚାଲିଛି। କାଲିଫଣ୍ଣିଆ ବିଶ୍ୱବିଦ୍ୟାଳୟ, ବର୍କଲେ, ପଲିଟେକନିକ ୟୁନିଭରସିଟି ଅଫ ମିଲାନ୍‍ ଏବଂ ମାସେ ୟୁନିଭରସିଟି ଅଫ ନ୍ୟୁଜିଲାଣ୍ଡର ଗବେଷକ ଦଳଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories