www.samajalive.in
Wednesday, December 10, 2025
26.1 C
Bhubaneswar

ଚୀନ୍ ସେବିକାଙ୍କ ପ୍ରଶଂସନୀୟ ପଦକ୍ଷେପ

କରୋନା ଭାଇରସ୍‌‌ର ଭୟରେ ପୂରା ବିଶ୍ବବାସୀ ଥରହର। ଏପରିସ୍ଥଳେ ଚୀନ୍ ସ୍ଥିତି ଖୁବ୍ ଜଟିଳ। ସେଠା ଚିକିତ୍ସାଳୟରେ ଡାକ୍ତର ଓ ସେବିକା ଦିନରାତି ୨୪ଘଣ୍ଟା ନିରନ୍ତର ରୋଗୀଙ୍କ ସେବାରେ ଲାଗିପଡ଼ିଛନ୍ତି। କରୋନା ଭାଇରସ୍‌ ରୋଗୀଙ୍କ ସେବାରେ ସେମାନେ ସତର୍କତା ଅବଲମ୍ବନ କରୁଥିବାର ଦେଖାଯାଉଛି। ନିକଟରେ ଗଣମାଧ୍ୟମ ଚୀନ୍‌ ସେବିକାଙ୍କ ନିଃସ୍ବାର୍ଥପର ସେବାର ତଥ୍ୟ ଦେଇଛି। ୧୫ ଘଣ୍ଟାରୁ ଅଧିକ ସମୟ ଧରି ଏମାନେ ମାସ୍କ ପିନ୍ଧି ରହୁଥିବାରୁ ସେମାନଙ୍କ ମୁହଁରେ ଦାଗ, ଆଲର୍ଜି ହେବା ସହ କେତେଜଣଙ୍କ ମୁହଁରେ ଖଣ୍ଡିଆଖାବରା ହୋଇଗଲାଣି। ସେମାନେ କିନ୍ତୁ ଏସୁବୁକୁ ପରବାୟ ନ କରି ବରଂ ରୋଗୀ ସେବାରେ ଲାଗିପଡ଼ିଛନ୍ତି। ଜନୈକ ସେବିକା ନିଂ ଚାଉଙ୍କ ମତରେ ମୃତ୍ୟୁକୁ ତାଙ୍କର ଭୟ ନାହିଁ। ହେଲେ ସେବିକାମାନେ ମାସ୍କ ପିନ୍ଧି ସଚେତନ ରହିବାକୁ ବାଧ୍ୟ। ନଚେତ୍ କରୋନା ଭାଇରସ୍‌ରେ ସମସ୍ତେ ଆକ୍ରାନ୍ତ ହେଲେ ରୋଗୀଙ୍କ ସେବା କରିବ କିଏ ବୋଲି ତାଙ୍କ ଯୁକ୍ତି। ସେଠା ଡାକ୍ତରଙ୍କ ମତରେ ଗତ ଦେଢ଼ ସପ୍ତାହ ହେଲା, ସେମାନେ ଗୋଟିଏ ଓଳି ଭଲଭାବେ ଖାଇ ମଧ୍ୟ ପାରୁନାହାନ୍ତି। ପ୍ରତି ମୁହୂର୍ତ୍ତରେ ସତର୍କ ରହିବା ହିଁ ସେମାନଙ୍କ ପ୍ରଥମ କାମ ବୋଲି ପ୍ରକାଶ କରିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories