ବାଲ୍ୟ ବିବାହ ରୋକିବାକୁ ଶପଥ ପାଠ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଂଚାୟତର କପିଳେଶ୍ଵର ମନ୍ଦିର ପରିସରରେ ଶୁକ୍ରବାର ଦିନ ବାଲ୍ୟ ବିବାହ ରୋକିବା ନେଇ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ହୁମା ସମିତି ସଭ୍ୟ ଧ୍ରୁବ ପଲେଇ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ସମାଜରେ କିଭଳି ଏହି ବାଲ୍ୟ ବିବାହ ପ୍ରଥାକୁ ରୋକାଯିବା ସହ ସମସ୍ତେ ଏ ସମ୍ପର୍କରେ ସଚେତନ ହେବେ ସେଥିପାଇଁ ଏହି ଶପଥ ପାଠ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ସିଡିପିଓ ସଲୀଳା ପ୍ରଧାନ, ଯୋଗେଶ ସାହୁ, କାମେଶ୍ୱର ସାହୁ, ପୁରୋହିତ ପ୍ରଶାନ୍ତ ତ୍ରିପାଠୀ, ଅଙ୍ଗନଓ୍ବାଡି କର୍ମୀ ବିନୋଦିନୀ ସାହୁ, ସରିତା ପଲାଇ, ପ୍ରମିଳା ବିଶ୍ୱାଳ ପ୍ରମୁଖ ସାମିଲ ହୋଇ ଶପଥ ପାଠ କରିଥିଲେ।

kalyan agarbati

Comments are closed.