www.samajalive.in
Monday, November 17, 2025
17.1 C
Bhubaneswar

କୋଲଡ୍ରିଫ୍ ସିରପ ଲେଖିଥିବା ଡାକ୍ତର ପତ୍ନୀଙ୍କ ମେଡିକାଲ ଷ୍ଟୋର ଲାଇସେନ୍ସ ରଦ୍ଦ

ଭୋପାଳ: ମଧ୍ୟ ପ୍ରଦେଶର ଛିନ୍ଦଓ୍ବାଡାରେ କଫସିରପ୍ ଖାଇ ୧୪ ଶିଶୁଙ୍କ ମୃତ୍ୟୁ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପରସିୟାରେ ପରିଚାଳିତ ‘ଅପନା ମେଡିକାଲ ଷ୍ଟୋର୍ସ’ର ଲାଇସେନ୍ସ ରଦ୍ଦ କରାଯାଇଛି। ଏହାର ପରିଚାଳିକା ଜ୍ୟେତି ସୋନି(ଡାକ୍ତର ପ୍ରବୀଣ ସୋନିଙ୍କ ପତ୍ନୀ)। ଖାଦ୍ୟ ଏବଂ ଔଷଧ ପ୍ରଶାସନ ଜିଲା ଛିନ୍ଦଓ୍ବାଡା ଲାଇସେନ୍ସ ରଦ୍ଦ କରିବାକୁ ଆଦେଶ ଜାରି କରିଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାଜ୍ୟରେ ଡ୍ରଗ୍ କଣ୍ଟ୍ରୋଲର ଦିନେଶ ମୌର୍ଯ୍ୟଙ୍କ ହଟାଇ ଦେଇଛନ୍ତି। ଛିନ୍ଦଓ୍ବାଡାରେ ଡ୍ରଗ୍ ଇନ୍ସପେକ୍ଟର ଗୌରବ ଶର୍ମା ଓ ଜବତପୁର ଡ୍ରଗ୍ ଇନ୍ସପେକ୍ଟର ଶରଦ କୁମାର ଜୈନଙ୍କୁ ନିଲମ୍ବନ କରାଯାଇଛି।

ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପୀଡିତଙ୍କ ପରିବାରକୁ ଭେଟି ସମସ୍ତ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି କି କୋଲଡ୍ରିଫ୍ ସିରପ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବା ସହିତ ସମସ୍ତ ଦୋକାନରେ ଥିବା ଷ୍ଟକ୍ ଜବତ କରାଯିବ। ମୁଖ୍ୟମନ୍ତ୍ରୀ କହିଛନ୍ତି କି ମେଡିସିନ ଉପରେ ଯେଉଁ ଚେତାବନୀ ଦିଆଯିବା ଉଚିତ୍ ତାହା ସ୍ପଷ୍ଟ ଲିଖିତ ରହୁଛି କି ନାହିଁ ତାର ଯାଞ୍ଚ୍ ପାଇଁ ଅଭିଯାନ ଆରମ୍ଭ କରାଯିବ। ଏହି ନିୟମ ପାଳନ ନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Hot this week

ଆଜି ସରକାର ଗଠନ ଦାବି କରିବେ ନୀତୀଶ !

ପାଟନା: ବିହାର ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସର୍ବାଧିକ ୨୦୨ ଆସନରେ...

ରାମାୟଣ ମଞ୍ଚରେ ‘ସୀତା’ଙ୍କୁ ଉଲଗ୍ନ: ସୀମା ଟପିଲା ଅଶ୍ଲୀଳତା, ଭକ୍ତିଭାବନା ପ୍ରତି କୁଠାରଘାତ

ଦିଗପହଣ୍ଡି: ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ରାମାୟଣ ନାଟକର ସୀତା ହରଣର...

୩ କି.ମି ପାହାଡ଼ ଚଢ଼ି ଦୁଃଖ ବୁଝିଲେ ବିଡିଓ

ନନ୍ଦାହାଣ୍ଡି: ଦୁର୍ଗମ ଅଞ୍ଚଳବାସିନ୍ଦା ସରକାରୀ ସୁବିଧାସୁଯୋଗରୁ ଯେପରି ବଞ୍ଚିତ ନହୁଅନ୍ତି ତାହାକୁ...

ଅସରନ୍ତି ଦୁଃଖର ଅନ୍ଧାରି ଉପତ୍ୟକା ତେଣ୍ଡା

କପ୍ତିପଦା: ଆକାଶର ଆଉଟା କିରଣ ପଡ଼ିଲେ ତରତର ହୁଏ ତେଣ୍ଡା। ଅନ୍ଧାରର...

ଖସୁଛି ପାରଦ, ବଢ଼ୁଛି ଜାଡ଼

ଭୁବନେଶ୍ବର/ଘୁ. ଉଦୟଗିରି: ସାରା ରାଜ୍ୟରେ ସଞ୍ଜ ନଇଁବା ମାତ୍ରେ ମାଡ଼ି ଆସୁଛି...

Related Articles

Popular Categories