www.samajalive.in
Friday, December 5, 2025
27.1 C
Bhubaneswar

‘ଅପରେସନ ସିନ୍ଦୂର’ ମଧ୍ୟରେ ଛତିଶଗଡ଼ରେ ୧୮ ମାଓବାଦୀ ନିପାତ

ବିଜାପୁର: ପହଲଗାଓଁ ଆକ୍ରମଣର ପ୍ରତିଶୋଧପୂର୍ବରୁ ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକ କରିଛି ଭାରତ, ଯାହାର ନାମ ‘ଅପରେସନ ସିନ୍ଦୂର’ ଦିଆଯାଇଛି। ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏବେ ପୁଣି ନକ୍ସଲବାଦ ଉପରେ ବଡ଼ ପ୍ରହାର ହୋଇଛି। ଛତିଶଗଡ଼ ବିଜାପୁର ଜିଲାର କରେଗୁଟ୍ଟାର ବିଶାଳ ଏବଂ ଦୁର୍ଗମ ପାହାଡ଼ରେ ଗତ ଦୁଇ ସପ୍ତାହ ଧରି ସୁରକ୍ଷା ବାହିନୀ ବଡ଼ ଧରଣର ନକ୍ସଲ ବିରୋଧୀ ଅଭିଯାନ ଚଳାଇଛନ୍ତି। ଏହି ଅଭିଯାନରେ ମଙ୍ଗଳବାର ବିଳମ୍ବିତ ରାତିରେ ବଡ଼ ଧରଣର ଗୁଳି ବିନିମୟ ଘଟିଛି, ଯେଉଁଥିରେ ୧୮ରୁ ଅଧିକ ମାଓବାଦୀ ନିପାତ ହୋଇଛନ୍ତି। ନିହତ ମାଓବାଦୀଙ୍କ ସଂଖ୍ୟା ବଢ଼ିପାରେ। ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।

ଏହି ଅପରେସନ୍ ଗତ ୧୫ ଦିନ ଧରି ଲଗାତର ଜାରି ରହିଛି। ଏଥିରେ ଅନେକ ମାଓବାଦୀ ନିହତ ହୋଇଛନ୍ତି। କରେଗୁଟ୍ଟା ଅଞ୍ଚଳର ଭୌଗୋଳିକ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ତଲାସୀ ଅଭିଯାନକୁ ବେଶ୍‌ ଆହ୍ବାନମୂଳକ କୁହାଯାଉଛି, କିନ୍ତୁ ସୁରକ୍ଷା ବାହିନୀ ତଲାସୀ ଏବଂ ପାଟ୍ରୋଲିଂ ଅଭିଯାନ ଚଳାଇଛନ୍ତି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories