www.samajalive.in
Saturday, December 6, 2025
26.1 C
Bhubaneswar

ସରପଞ୍ଚଙ୍କ ମହାନତା ; ମୋ ସ୍କୁଲ’କୁ ୨୫ ହଜାର ଟଙ୍କା ଅନୁଦାନ 

ଛତ୍ରପୁର : ସରପଞ୍ଚ ହେଵ ତ ଏହିଭଳି ଯାହାକି ଅନ୍ୟ ପାଇଁ ଉଦାହରଣ | ଛତ୍ରପୁର ବ୍ଳକ କଣମଣା ପଞ୍ଚାୟତର ସରପଞ୍ଚ ଏସ୍ ଚକ୍ରପାଣି ରେଡ୍ଡୀ ଏଭଳି ଏକ ଉଦାହରଣ ପାଲଟିଛନ୍ତି | ନିଜେ କଣମଣା କ୍ଳଷ୍ଟରର ପ୍ରତି ସ୍କୁଲକୁ ତିନିହଜାର ଟଙ୍କା ହିସାବରେ ୨୫ ହଜାର ଟଙ୍କା ପ୍ରଦାନ କରିଛନ୍ତି । ସି ଆର୍ ସିସି କମଳ ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ କ୍ଳଷ୍ଟର ସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀରେ ପ୍ରତ୍ୟେକ ସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଦାନ କରାଯାଇଥିବା ଅର୍ଥ ‘ମୋ ସ୍କୁଲ’ ଜମା ଖାତାରେ ଜମା କରାଯିବ ଏବଂ ସରକାର ଏହାର ଦୁଇଗୁଣ ପ୍ରଦାନ ପରେ ପ୍ରତି ସ୍କୁଲର ଉନ୍ନତିରେ ଲାଗିବ । ସରପଞ୍ଚଙ୍କ ଏହି ମହତ କାର୍ଯ୍ୟରେ ଅନୁପ୍ରାଣୀତ ହୋଇ ଅନ୍ୟମାନେ ବି ଆଗେଇ ଆସିବେ ବୋଲି ମତ ପୋଷଣ କରିବା ସହିତ ସି ଆର ସିସି ବେହେରା ସମେତ ବଡ ଆର୍ଯ୍ୟପଲ୍ଲୀ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ରାଜେଶ୍ଵରୀ ଗୌଡ, ସାନ ଆର୍ଯ୍ୟପଲ୍ଲୀ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତି କୁମାରୀ ତ୍ରିପାଠୀ, ଟାକିରିଆ ବ୍ରହ୍ମପୁର ସୁଲ ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାସିନୀ ମହାନ୍ତି , କଣମଣା ସ୍କୁଲର ପ୍ରଧାନ ଶିକ୍ଷକ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଅଜିତ କୁମାର ସେଠୀ, ତରେଇ ପାଟପୁର ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ପାଢ଼ୀ, ଜେ ଏନ୍ ପାଲମ ପ୍ରଧାନ ଶିକ୍ଷୟିତ୍ରୀ କେ ଲକ୍ଷ୍ମୀ,ଶିକ୍ଷକ ଡଃ ଜେ କୁର୍ମା ରାଓ, ଶିକ୍ଷକ ମନୋଜ କୁମାର ତ୍ରିପାଠୀ, ଜୟକୃଷ୍ଣ ବେହେରା, ହରେରାମ ରାଉଳ, ପିତାମ୍ବର ବେହେରା,ଲିଙ୍ଗରାଜ ସ୍ବାଇଁ ଆଦି ସରପଞ୍ଚ ଶ୍ରୀ ରେଡ୍ଡୀଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories