www.samajalive.in
Monday, December 8, 2025
27.1 C
Bhubaneswar

ଗଞ୍ଜାମରେ ଲଗାଣ ବର୍ଷା; ବିଭିନ୍ନ ବାତ୍ୟା ଆଶ୍ରୟ ବୁଲି ସ୍ଥିତି ଯାଞ୍ଚ କଲେ ଜିଲ୍ଲାପାଳ; ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଛୁଟି

ଛତ୍ରପୁର: ଲଗାଣ ବର୍ଷା ଲାଗି ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାର ମୁକାବିଲା ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି। ସମସ୍ତ ଲାଇନ ବିଭାଗକୁ ସଜାଗ ରହିବା ପାଇଁ କୁହାଯାଇଛି।ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଶନିବାର ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକୁ ଜିଲ୍ଲାପାଳ ଭି. କିର୍ତ୍ତୀ ଭାସନ ଛୁଟି ଘୋଷଣା କରିଛନ୍ତି। ଜିଲ୍ଲାରେ ଥିବା ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀଗୁଡିକୁ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି। ଆବଶ୍ୟକ ହେଲେ ସେଗୁଡିକୁ ବ୍ୟବହାର କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
ଏନେଇ ଶୁକ୍ରବାର ରାତ୍ରରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଛତ୍ରପୁର ବ୍ଲକ ଅନ୍ତର୍ଗତ ଉପୁଲାପୁଟି, ଆର୍ଯ୍ୟପଲ୍ଲୀ ସମେତ ଗୋପାଳପୁରରେ ବିଭିନ୍ନ କୋଷ୍ଟାଲ ଅଞ୍ଚଳ ଗୁଡିକରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ବୁଲି ସ୍ଥିତି ଯାଞ୍ଚ କରିଛନ୍ତି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। କୌଣସି ସରକାରୀ ଅଧିକାରୀ ବିନା ଅନୁମତିରେ ହେଡ଼ କ୍ୱାର୍ଟର ଛାଡି ଯାଇପାରିବେନି ବୋଲି ନିର୍ଦେଶ ଦିଆଯାଇଛି। ଜିଲ୍ଲାରେ ବ୍ଲକ ଓ ତହସିଲ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯିବା ସହ ଜରୁରୀ କାଳୀନ ନମ୍ବର ଜାରୀ କରାଯାଇଛି। ଜରୁରୀ ହେଲେ ଲୋକେ ସେହି ନମ୍ବରରେ କଲ କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି। ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲ୍ଲାବାସୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଜରୁରୀକାଳୀନ ବ୍ୟବସ୍ଥାର କିପରି ବ୍ୟବସ୍ଥା ହୋଇଛି ତାହା ଜିଲ୍ଲାପାଳ ନିରୀକ୍ଷଣ କରିଥିଲେ। ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ବେଳେ ଛତ୍ରପୁର ତହସିଲଦାର ଦିବ୍ୟା ମହାନ୍ତି, ଛତ୍ରପୁର ବିଡ଼ିଓ ସମ୍ବିତ ସଂଗ୍ରାମଜିତ ସାହୁ, ଅତିରିକ୍ତ ତହସିଲଦାର ମନୋଜ ପ୍ରଧାନ, ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

Related Articles

Popular Categories