www.samajalive.in
Tuesday, December 9, 2025
16.1 C
Bhubaneswar

ଆସନ୍ତାକାଲିଠାରୁ ଦେଶରେ ’’ ୱାନ ନେସନ- ୱାନ ରେସନ କାର୍ଡ଼’’; ବଦଳିବ ଆହୁରି ବହୁ ନିୟମ

ଭୁବନେଶ୍ବର: ଆସନ୍ତା କାଲିଠାରୁ ଦେଶରେ ଆରମ୍ଭ ହେଉଛି ଅନଲକ୍-୧.୦ । ଏଥିପାଇଁ ସରକାରୀ ମାର୍ଗଦର୍ଶିକା ଜାରି ହୋଇଛି । ହେଲେ ଏହା ବ୍ୟତୀତ ଦେଶରେ ଆସନ୍ତାକାଲିଠାରୁ ଅନେକଗୁଡ଼ିଏ ନିୟମର ପରିବର୍ତନ ହେଉଛି । ଏହା ମଧ୍ୟରେ ରହିଛି ରେଳ ଚଳାଚଳ, ବିିମାନ ଚଳାଚଳ, ଗ୍ୟାସ ସିଲିଣ୍ଡର ସଂକ୍ରାନ୍ତ, ପେଟ୍ରୋଲ-ଡ଼ିଜେଲ ଦାମ, ରାସନ କାର୍ଡ଼ । ଏ  ସମ୍ପର୍କରେ ଆପଣ ଜାଣିଛନ୍ତି କି ? ଯଦି ଜାଣି ନାହାନ୍ତି ଦେବେ ଏହାକୁ ଧ୍ୟାନରେ ରଖନ୍ତୁ । ଯଦି ଏହାକୁ ଜାଣି ନାହାନ୍ତି ତେବେ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇପାରନ୍ତି ।

ପୁରା ଦେଶରେ ଲାଗୁ ହେବ ଗୋଟିଏ ଦେଶ-ଗୋଟିଏ ରେସନକାର୍ଡ଼ 

- Advertisement -

ଆସନ୍ତାକାଲିଠାରୁ ଦେଶରେ ଗରିବ ଲୋକମାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବା ନିମନ୍ତେ ଆରମ୍ଭ ହେବାକୁ ଯାଉଛି ଏକ ଦେଶ-ଏକ ରେସନ କାର୍ଡ଼ । ପ୍ରଥମ ପର୍ଯ୍ୟାୟରେ ଏହା ଦେଶର ୨୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେବ । ଏହି ରେସନ କାର୍ଡ଼ ବ୍ୟବହାର କରି ଜଣେ ହିତାଧିକାରୀ ଦେଶର ଯେ କୌଣସି ସ୍ଥାନରୁ ନିଜର ଖାଦ୍ୟ ଶସ୍ୟ ଉଠାଇ ପାରିବ । ମୋଦୀ ସରକାରଙ୍କ ଏହି ଯୋଜନା ୬୭ କୋଟି ହିତାଧିକାରୀ ଲାଭବାନ ହେବେ । ଏହି ରେସନ କାର୍ଡ଼ ଦୁଇଟି ଭାଷାରେ ଜାରି ହେବ । ଗୋଟିଏ ସ୍ଥାନୀୟ ଭାଷା ଓ ଅନ୍ୟଟି ହିନ୍ଦି ।

ବର୍ତମାନ ସମୟରେ ରହିଥିବା ନିୟମ

ବର୍ତମାନ ସମୟରେ ଜଣେ ହିତାଧିକାରୀ ଯେଉଁ ଜିଲାର ଅଧିବାସୀ ଓ ଯେଉଁଠାରେ ତାହାର ରେସନ କାର୍ଡ଼ ରହିଛି ସେଠାରେ କେବଳ ରେସନ ଉଠାଇ ପାରିବାର ବ୍ୟବସ୍ଥା ଥିଲା । ଜିଲା ପରିବର୍ତନ କରି ଅନ୍ୟ ଜିଲାରେ ବସବାସ କଲେ ହିତାଧିକାରୀଙ୍କୁ ଏହି ସୁବିଧା ମିଳୁ ନ ଥିଲା । ଗୋଟିଏ ଦେଶ- ଗୋଟିଏ ରେସନ କାର୍ଡ଼ ଲାଗୁ ହେବା ପରେ ଗରିବ ସୀମାରେଖା ତଳେ ଥିବା ହିତାଧିକାରୀ ଦେଶର ଯେ କୌଣସି ସ୍ଥାନରୁ ନିଜର ଖାଦ୍ୟଶସ୍ୟ ନେଇ ପାରିବ । ଏଥିରେ ହିତାଧିକାରୀଙ୍କୁ ୫ କିଲୋ ଚାଉଳ, ଗହମ ମିଳି ପାରିବ ।

୩୦ ସେପ୍ଟେମ୍ବର ମଧ୍ୟରେ ରେସନ କାର୍ଡ଼କୁ ଆଧାର ସଂଯୋଗ 

ସେହିପରି ଆଧାର କାର୍ଡ଼ ସହ ରେସନ କାର୍ଡ଼ର ସଂଯୋଗ ପାଇଁ କେନ୍ଦ୍ର ସରକାର ବ୍ୟବସ୍ଥା କରିଛନ୍ତି । ଏହି ବ୍ୟବସ୍ଥା ଅନୁସାରେ ଜଣେ ହିତାଧିକାରୀ ନିଜର ଆଧାର କାର୍ଡ଼ ସହିତ ରେସନ କାର୍ଡ଼କୁ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ସଂଯୋଗ କରିବାକୁ ପଡ଼ିବ । ଖାଦ୍ୟ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବର୍ତମାନ ପରିସ୍ଥିତିରେ ଆଧାର ସଂଯୋଗ ନ ହେଲେ ମଧ୍ୟ ହିତାଧିକାରୀଙ୍କୁ ଖାଦ୍ୟ ସାମଗ୍ରୀ ମିଳିବ । ଏ ସମ୍ପର୍କରେ କେନ୍ଦ୍ର ସରକାର ସବୁ ରାଜ୍ୟ ସରକାରଙ୍କୁ ସୂଚନାଦେଇଛନ୍ତି ଓ ହିତାଧିକାରୀଙ୍କୁ ତାଙ୍କର ଖାଦ୍ୟ ସାମଗ୍ରୀ ଦେବାକୁ ମନା କରି ପାରିବେ ନାହିଁ ।

ବଦଳିବ ରନ୍ଧନ ଗ୍ୟାସ ସିଲିଣ୍ଡରର ଦାମ

ଆସନ୍ତାକାଲି ଅର୍ଥାତ୍ ଜୁନ୍ ୧ ତାରିଖଠାରୁ ଦେଶରେ ରନ୍ଧନ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବଦଳିବ । ତୈଳ କମ୍ପାନୀ ପ୍ରତି ମାସର ପ୍ରଥମ ଦିନରେ ଏଲପିଜି ସିଲିଣ୍ଡରର ଦାମ ସମୀକ୍ଷା କରନ୍ତି । ପ୍ରତ୍ୟେକ ରାଜ୍ୟରେ ଏଥିପାଇଁ ଅଲଗା ଅଲଗା ଟିକସ ବ୍ୟବସ୍ଥା ରହିଛି । ସେହି କାରଣରୁ ପ୍ରତ୍ୟେକ ରାଜ୍ୟର ଏଲପିଜି ସିଲିଣ୍ଡର ଦାମ ଅଲଗା ଅଲଗା ହୋଇଥାଏ । ଯଦି ଆସନ୍ତାକାଲି ସିଲିଣ୍ଡର ଦର ବଢ଼େ ତେବେ ଗ୍ରାହକଙ୍କୁ ଏଥିପାଇଁ ଅଧିକ ପଇସା ଦେବାକୁ ପଡ଼ିବ । ଗତ ୧୯ ତାରିଖରେ ୧୪.୨ ଅଣ ସବସିଡ଼ି ଏଲପିଜି ସିଲିଣ୍ଡର ଦାମ ଶସ୍ତା ହୋଇଥିଲା । ଦିଲ୍ଲୀରେ ଅଣ ସବସିଡ଼ି ଏଲପିଜି ସିଲିଣ୍ଡର ୧୬୨.୫୦ ପଇସା ଶସ୍ତା ହୋଇଥିଲା ଏହାର ଦାମ ୭୪୪ରୁ ହ୍ରାସ ପାଇ ୫୮୧.୫୦ ପଇସାରେ ପହଞ୍ଚିଥିଲା । ସେହିପରି କଲକତାରେ ଦାମ ୫୮୪.୫୦ ଟଙ୍କା, ମୁମ୍ବାଇରେ ୫୭୯ ଟଙ୍କା ଓ ଚେନ୍ନଇରେ ଏହାର ଦାମ୍ ୬୬୯.୫୦ଟଙ୍କା ଥିଲା ।

କାଲିଠାରୁ ୨୦୦ ଟ୍ରେନକୁ ମିଶାଇ ଚାଲିବ ୨୩୦ ଟ୍ରେନ୍ 

ଆସନ୍ତାକାଲିଠାରୁ ଦେଶରେ ୨୦୦ ଟ୍ରେନ୍ ଚଳାଚଳ ନିମନ୍ତେ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ଏହା ସହ ପୂର୍ବରୁ ଚାଲୁଥିବା ୩୦ଟି ଟ୍ରେନ ମଧ୍ୟ ଚଳାଚଳ କରିବ । ଅର୍ଥାତ୍ ଆସନ୍ତାକାଲି ଦେଶର ରେଳ ଧାରଣାରେ ୨୩୦ ଟ୍ରେନ୍ ଗଡ଼ିବା ସ୍ଥିର ହୋଇଛି । ରେଳମନ୍ତ୍ରୀ ପୀୟୂଷ ଗୋଏଲ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ଟ୍ରେନ୍ ଗୁଡ଼ିକରେ ୧୨୦ ଦିନ ପୂର୍ବରୁ ବୁକିଂ ନିମନ୍ତେ ସୁଯୋଗ ଦିଆଯାଇଛି । ସେହିପରି ତତ୍କାଳ କୋଟାରେ ବି ବୁକିଂ ହୋଇ ପାରିବ । ଏହି ସୁବିଧା ମେ ୩୧ ତାରିଖ ରବିବାର ସକାଳ ୮ଟାରୁ ଆରମ୍ଭ ହୋଇଛି । ଲକ୍ଡ଼ାଉନ ସମୟରେ ୩୦ ଦିନ ପୂର୍ବରୁ ବୁକିଂ କରାଯାଇ ପାରୁଥିଲା, ଏବେ ତାହା ୧୨୦ ଦିନକୁ ବୃଦ୍ଧି କରାଯାଇଛି । ଆସନ୍ତାକାଲିଠାରୁ ଏହା କାର୍ଯ୍ୟକାରୀ ହେବ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories