www.samajalive.in
Tuesday, December 9, 2025
16.1 C
Bhubaneswar

ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଅଳିଆ ଆବର୍ଜନାରେ ଭର୍ତ୍ତି, ପ୍ରଶାସନ ନିରବ

କୋଣାର୍କ : ବିଶ୍ୱ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଥିବାର ଦେଖିବାକୁ ମିଳିଛି। ପବିତ୍ର କାର୍ତ୍ତିକ ମାସ ଅବସରରେ ଚନ୍ଦ୍ରଭାଗା ତୀର୍ଥରେ ହବିଶ୍ୟାଳିଙ୍କ ସମେତ ହଜାର ହଜାର ଶ୍ରଦ୍ଧାଳୁ ମାନେ ପ୍ରତ୍ୟେକ ଦିନ ତୀର୍ଥରେ ବୁଡ ପକାଇବା ପାଇଁ ଆସୁଛନ୍ତି। କିନ୍ତୁ ତୀର୍ଥ ପୁଷ୍କରିଣୀରେ ଗତ ଦୁର୍ଗା ପୁଜା ଓ ଗଜଲକ୍ଷ୍ମି ପୁଜା ଆଦିର ମୁର୍ତ୍ତି ଗୁଡିକ ବିସର୍ଜନ ହେବା ଦ୍ୱାରା ପୁଷ୍କରିଣୀ ପାଣି ଦୂଷିତ ହେବା ସହିତ ରସାୟନ ରଙ୍ଗର ପ୍ରଭାବ ଓ ନଡାକୁଟା ଆଦି ଅଳିଆ ଆବର୍ଜନା ପୁଷ୍କରିଣୀରେ ପଚିଶଢି ଦୁର୍ଗନ୍ଧ ଦ୍ୱାରା ପରିବେଶ ସୃଷ୍ଟି କରୁଛି। ଯାହା ଶ୍ରଦ୍ଧାଳୁ ମାନଙ୍କର ଧାର୍ମିକ ଭାବନା ଉପରେ ଆଘାତ ହେଉଥିବା ଜଣାପଡିଛି। କର୍ତ୍ତୁପକ୍ଷ ଏଭଳି ଅବସ୍ଥାକୁ ଦେଖି ନଦେଖିଲା ପରି ନିରବ ଦ୍ରଷ୍ଟା ସାଜିବା ଯୋଗୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ବୋଲି ସମାଜସେବୀ ଜ୍ଞାନ ବିଶ୍ୱାଳ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯଦି କୋଣାର୍କ ଏନଏସି ତରଫରୁ ଏକ ଅସ୍ଥାୟି ପୋଖରି ଖନନ କରାଯାଇ ସେଥିରେ ମୁର୍ତ୍ତି ବିର୍ସଜନ କରାଯାଏ ତାହାଲେ ତୀର୍ଥ ପୁଷ୍କରିଣିର ଏଭଳି ଅବସ୍ଥା ହେବନାହିଁ ବୋଲି ମତବ୍ୟକ୍ତ କରିବା ସହିତ କର୍ତୁପକ୍ଷ ତୁରନ୍ତ ପୁଷ୍କରିଣୀକୁ ସଫା କରିବାକୁ କର୍ତୁପକ୍ଷଙ୍କୁ ନିବେଦନ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories