www.samajalive.in
Monday, December 8, 2025
27.1 C
Bhubaneswar

୧୯୭୧ ଯୁଦ୍ଧ ଲଢିଥିବା ଭିନ୍ନକ୍ଷମ ଯବାନଙ୍କୁ ୪୪ ବର୍ଷ ପରେ ମିଳିଲା ପେନ୍‌ସନ

ଚଣ୍ଡିଗଡ଼: ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ନିର୍ଦେଶକ୍ରମେ ୧୯୭୧ରେ ଅନୁଷ୍ଠିତ ଭାରତ-ପାକିସ୍ତାନ ଯୁଦ୍ଧରେ ବୀରତ୍ବର ସହ ଲଢିଥିବା ଜଣେ ଯବାନ ଦୀର୍ଘ ୪୪ ବର୍ଷ ପରେ ପେନ୍‌ସନ ପାଇବାକୁ ହକ୍‌ଦାର ହୋଇଛନ୍ତି। ଶ୍ୟାମ ସିଂହ ନାମକ ଏହି ଯବାନ ୧୯୭୧ ଯୁଦ୍ଧରେ ଲଢୁଥିବାବେଳେ ପାକ୍‌ ସୈନ୍ୟଙ୍କ ବୋମାମାଡରେ ତାଙ୍କର ଦୁଇଟି ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲା। ଭିନ୍ନକ୍ଷମ ହୋଇପଡିବାରୁ ୧୯୭୩ ଜାନୁଆରୀ ୨୨ରେ ତାଙ୍କୁ ସେନାରୁ ବାଧ୍ୟତାମୂଳକ ଭାବେ ଅବସର ଦିଆଯାଇଥିଲା। ଯୁବାବସ୍ଥାରେ ଚାକିରି ହରାଇ ଶ୍ୟାମ ନିରାଶ ହୋଇପଡିଥିଲେ।
ଯୁଦ୍ଧରେ ଆହତ ହୋଇଥିବା ସତ୍ତ୍ବେ ତାଙ୍କୁ ପେନ୍‌ସନ ମଧ୍ୟ ପ୍ରଦାନ କରାଯାଇନଥିଲା। ଶ୍ୟାମ ପୂର୍ବରୁ ପେନ୍‌ସନ ପାଇଁ ଆବେଦନ କରିଥିଲେ ସୁଦ୍ଧା ପ୍ରିନ୍ସିପାଲ କଣ୍ଟ୍ରୋଲର ଅଫ୍‌ ଡି​ଫେନ୍ସ ଆକାଉଣ୍ଟ୍‌ସ (ପେନ୍‌ସନ) ଖାରଜ କରିଦେଇଥିଲେ। ଫଳରେ ଶ୍ୟାମ ଆର୍ମଡ ଫୋର୍ସେସ ଟ୍ରିବ୍ୟୁନାଲଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୨୩ ଅଗଷ୍ଟ ୨୩ରେ ଟ୍ରିବ୍ୟୁନାଲ ରାୟ ଦେଇଥିଲେ ଯେ ଶ୍ୟାମଙ୍କୁ ୧୯୭୩ ଜାନୁଆରୀ ୨୨ରୁ ୧୯୭୫ ଜାନୁଆରୀ ୨୧ ପର୍ଯ୍ୟନ୍ତ ୱାର ଇନ୍‌ଜ୍ୟୁରୀ ପେନ୍‌ସନ ପ୍ରଦାନ କରାଯିବ। ଏହାପରେ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କୁ ନିୟମିତ ପେନ୍‌ସନ ମିଳିବ। ୨୦୨୧ ମେ’ ୧୯ରେ ଶ୍ୟାମଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କ ପତ୍ନୀଙ୍କୁ ଫ୍ୟାମିଲି ପେନ୍‌ସନ ଦେବାକୁ ଟ୍ରିବ୍ୟୁନାଲ ନିର୍ଦେଶ ଦେଇଥିଲେ। ଏହାର ପ୍ରତିବାଦରେ କେନ୍ଦ୍ର ସରକାର ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ପିଟିସନ ଦାଏର କରିଥିଲେ। ଜଷ୍ଟିସ ହରସିମରନ ସିଂହ ସେଠି ଓ ଜଷ୍ଟିସ ବିକାଶ ସୁରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରି ଶ୍ୟାମଙ୍କୁ ତୁରନ୍ତ ପେନ୍‌ସନ ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଦେଶ ପାଇଁ ଜୀବନ ଉତ୍ସର୍ଗ କରିଥିବା ଯବାନଙ୍କ ପ୍ରାପ୍ୟ ରୋକିବା ନିହାତି ଲଜ୍ଜାଜନକ ବୋଲି ଖଣ୍ଡପୀଠ ମତବ୍ୟକ୍ତ କରିଛନ୍ତି।

୫୦ ବର୍ଷ ପରେ ତ୍ରିଗ୍ରହୀ ପୁଣି ଚର୍ତୁଗ୍ରହୀ ଯୋଗ: ଏହି ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ..

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories